ନ୍ୟୁଜିଲାଣ୍ଡ ସିରିଜ୍ ଭିତରେ ବାପା ହେଲେ ଏହି ଭାରତୀୟ ଖେଳାଳି 
by Argus News
Tue, Oct 22 | 1:38 p.m.

ଅର୍ଗସ ବ୍ୟୁରୋ:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ଶୃଙ୍ଖଳା,ଆଉ ଏହାରି ମଧ୍ୟରେ ଭାରତୀୟ ଟେଷ୍ଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ୍ ମିଳିଛି ଖୁସି ଖବର। ଟେଷ୍ଟ ସିରିଜ୍ ମଧ୍ୟରେ ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଚାର ଖେଳାଳି। ଅକ୍ଟୋବର ୨୨ ଅର୍ଥାତ ଆଜି ତାଙ୍କ ଜନ୍ମଦିନ ହୋଇଥିବାବେଳେ ଅକ୍ଟୋବର ୨୧ରେ ତାଙ୍କ ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ତାଙ୍କ ଖୁସି ଡବଲ ହୋଇଛି,ଜନ୍ମ ଦିନରେ ଛୁଟିଛି ଶୁଭେଛାର ସୁଅ।  ଏନେଇ ସେ ତାଙ୍କ କୁନି ପୁଅ ଏବଂ ପିତାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସରଫରାଜ ଲେଖିଛନ୍ତି ITS A BOY।

୨୦୨୩ ଅଗଷ୍ଟ ୬ରେ ସେ ରୋମାନା ଜହୁରଙ୍କୁ ବିବାହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ସରଫରାଜ୍ ୧୫୦ ରନର ଜବରଦସ୍ତପାରି ଖେଳି ବୋଲରଙ୍କ ନିଦନିଦହଜାଇଦେଇଥିଲେ,ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୫୨ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଛନ୍ତି । ସରଫରାଜ୍‌ ଖାନ୍‌ ୧୫ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିଥଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସରଫରାଜଙ୍କ ସର୍ବାଧିକ ସ୍କୋର ଅପରାଜିତ ୩୦୧ ରନ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ଏହାରି ମଧ୍ୟରେ ଗୋଟିଏ ଶେଷ ହୋଇଥିବାବେଳେ ଭାରତ ପରାସ୍ତ ହୋଇଛି,ଦ୍ହିତୀୟ ଟେଷ୍ଟ୨୪ ଅକ୍ଟୋବରରୁ ଖେଳାଯିବ,ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଯୋଜନା କରୁଛି ରୋହିତ ସେନା ଏବଂ ସରଫରାଜଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିଛି ଏହି ମ୍ୟାଚ୍ ସେ ଶତକୀୟ ପାରି ଖେଳନ୍ତୁ ବୋଲି ସଭିଏଁ ଆଶା ରଖିଛନ୍ତି।ସରଫରାଜ ଖାନ୍ ବାପା ହୋଇଥିବାରୁ ଫ୍ୟାନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଇଣ୍ଡିଆକୁ ମିଳିଗଲେ ଜୁନିୟର ସରଫରାଜ୍ 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର