ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥାନାନ୍ତରଣ ହେବ ଅଳଙ୍କାର
by Argus News
Thu, Jul 18 | 10:23 a.m.

ଅର୍ଗସ ବ୍ୟୁରୋ:  ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାର ସ୍ଥାନାନ୍ତରଣର କରିପାରନ୍ତି ତଦାରଖ ଗଜପତି । ପୁରୀରେ ଗଜପତି ମହାରାଜା ପୂର୍ବଥର ଗଜପତିଙ୍କ ପ୍ରତିନିଧି ଯାଇଥିଲେ । ଦକ୍ଷିଣ ଦ୍ୱାର ଦେଇ ଯାଇପାରନ୍ତି ଗଜପତି ବୋଲି ସୂଚନା ରହିଛି । ରତ୍ନଭଣ୍ଡାର ଭିତରକୁ ଯାଇପାରନ୍ତି ଗଜପତି ମହାରାଜା। ଭିତର ରତ୍ନଭଣ୍ଡାର ଉପରୁ ରହସ୍ୟ ହଟିବ । ଆଉ କିଛି ସମୟ ପରେ ଅର୍ଥା ସକାଳ 9ଟା 51 ରୁ 12ଟା 15 ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ ହୋଇଛି ।

ଜଷ୍ଟିସ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସି.ବି.କେ ମହାନ୍ତି ବର୍ତ୍ତମାନ ବୈଠକରେ ଉପସ୍ଥିତ ଅଛନ୍ତି । ଗଜପତି ମହାରାଜା ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି । ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଗୋଟିଏ ପରେ ଗୋଟିଏ ଟିମ୍  । ଓଡ୍ରାଫ୍, ସ୍ନେକ୍‌ ହେଲ୍‌ପ ଲାଇନ୍‍, ଅକ୍ସିଜେନ, ଗ୍ୟାସ କଟର ସହ ଫାୟାର ଟିମ୍‌ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଅଧିକ ପଢ଼ନ୍ତୁ:ଆଜି ଦ୍ୱିତୀୟ ଥର ପାଇଁ ଖୋଲିବ ଭିତର ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ସକାଳ 9ଟା 51 ରୁ 12ଟା 15

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ