ପ୍ରଧାନମନ୍ତ୍ରୀଙ୍କ ଜନସଭା ପରେ କମ୍ପୁଛି ଝାଡ଼ଖଣ୍ଡ ମଇଦାନ
by Argus News
Tue, Nov 05 | 7:28 p.m.

ଅର୍ଗସ ବ୍ୟୁରୋ: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମଇଦାନରେ ଉଷ୍ଣତା ଭରିଲେ ପ୍ରଧାନମନ୍ତ୍ରୀ। ମାରାଥନ୍ ରାଲି କରି ମୋଦି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ, ପରିବର୍ତ୍ତନ ପାଇଁ ଆହ୍ବାନ ଦେଲେ, ଆଉ ଏହା ପରେ ରାଜ୍ୟରେ ପ୍ରଚାର ଅଭିଯାନ ହୋଇଛି ଆହୁରି ଜୋରଦାର।  ଝାଡ଼ଖଣ୍ଡରେ କଣ ରହିଛି ଭୋଟରଙ୍କ ମୁଡ୍, ଜାଣିବାକୁ ଅର୍ଗସ୍ ଟିମ୍ ପହଞ୍ଚିଲା
ଓଡିଆ ଓ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବହଡାଗୋଡା ବିଧାନସଭା କ୍ଷେତ୍ରରେ। ଚାକୁଳିଆ, ଗୋଡ଼ାବନ୍ଦା ଓ ବହଡ଼ାଗୋଡ଼ା ୩ଟି ବ୍ଲକକୁ ନେଇ ଗଠିତ ବହଡ଼ାଗୋଡ଼ା ନିର୍ବାଚନମଣ୍ଡଳୀ । ଏ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ। ନିର୍ବାଚନରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ। ତେଣୁ ଓଡ଼ିଆ ଭୋଟରଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି। ଗତ ୫ ବର୍ଷରେ ଜେଏମଏମ୍ ଶାସନ ନେଇ ଲୋକଙ୍କ ମନରେ କ୍ଷୋଭ। ସେପଟେ ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ଭୋଟରେ ରୂପାନ୍ତରିତ କରିବାକୁ ପୂରା ବଳ ଲଗାଇଛି ବିଜେପି। ଦୁଇ ପଡ଼ୋଶୀ ରାଜ୍ୟ ଓଡିଶା ଓ ଛତିଶଗଡ଼ରେ ପଦ୍ମ ଦଳର ସରକାର ହେବା ପରେ ଏବେ ଝାଡ଼ଖଣ୍ଡକୁ ନେଇ ବଢ଼ିଛି ଉତ୍ସାହ। 

ବହଡାଗୋଡ଼ା କେରୁକଚ୍ଚାଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା। ବିଜେପି ବିଧାୟକ ଦିନେଶାନନ୍ଦ ଗୋସ୍ୱାମୀ, ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ଜାମସେଦପୁରର ଲୋକସଭା ସାଂସଦ ବିଦ୍ୟୁତ ବରଣ ମାହୋତ ଜନସଭାକୁ ସମ୍ବୋଧନ କରିଛନ୍ତି। ଯୁବକଙ୍କୁ ନିଯୁକ୍ତି, କୃଷକଙ୍କ ପ୍ରତି ଅବହେଳା, ମହିଳାଙ୍କୁ ସମ୍ମାନ, ଦୁର୍ନୀତି, ଅନୁପ୍ରବେଶ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ  ଜେଏମ୍ଏମ୍ ସରକାର ଉପରେ ଜୋରଦାର ବର୍ଷିଛନ୍ତି। ଅନ୍ୟପଟେ ଜେଏମ୍ଏମ୍ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କୁ ପୁଣି ଥରେ ଭୋଟ୍ ଦେବାକୁ ଆହ୍ବାନ ଦେଉଛନ୍ତି ଜେଏମଏମ୍ ପ୍ରାର୍ଥୀ। 

 ରବିବାର ଗୃହମନ୍ତ୍ରୀ ଅମିତ ଶାହା ଓ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାରେ ପ୍ରବଳ ଜନସମୁଦ୍ର ବିଜେପି ଶିବିରରେ ଖେଳାଇ ଦେଇଛି ଜୋରଦାର ଉତ୍ସାହ। ରାଜ୍ୟରେ କ୍ଷମତାଦଖଲ ପାଇଁ ଦଳ ପୁରା ଦମ୍ ଲଗାଇଛି। 

 

ଚାଉଳ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ
ଅର୍ଗସ ବ୍ୟୁରୋ:ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ। ଏ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। E-kyc ବ୍ୟବସ୍ଥାକୁ ତ୍ବରାନିତ କରିବାକୁ ମଧ୍ୟ କହିଛନ୍ତି
ଉଇକିପିଡିଆ
ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର
ଅର୍ଗସ ବ୍ୟୁରୋ: ଉଇକିପିଡିଆକୁ ନୋଟିସ । ଅନ୍‌ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ୱବସାଇଟରେ ଭୁଲ ତଥ୍ୟ ସ୍ଥାନିତ ହେବାକୁ ନେଇ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର
ଇସ୍କନ ରଥଯାତ୍ରା
ଆମେରିକା ହ୍ୟୁଷ୍ଟନରେ ହେବନି ରଥଯାତ୍ରା,ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ
ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନ ରଥଯାତ୍ରା ବାତିଲ। ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣା