ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା
by Argus News
Wed, Jul 24 | 10:28 p.m.

ଅର୍ଗସ ବ୍ୟୁରୋ: ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଜଣେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସାମ୍ବାଦିକା ମଧୁମିତା ପରିଡା ଅଳ୍ପ ଦିନ ହେବ ବିବାହ କରିଥିଲେ। କେଉଁ କାରଣରୁ ଜୀବନ ହାରିଲେ ସେନେଇ ତଦନ୍ତ କରୁଛି ପୋଲିସ। ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। 

ସେ କହିଛନ୍ତି ଯେ,  ମୋ ସ୍ୱାମୀ ମୋତେ ଧୋକା ଦେଉଛନ୍ତି। ଆଉ ଜଣଙ୍କ ସହ ସେ ସମ୍ପର୍କରେ ଅଛନ୍ତି। ମୋ ସହ ଆଉ ରହିବେନି ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝେଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଛି। ଅଫିସ ବି ମୁଁ ଯାଇ ପାରୁନି। ମୋତେ କ୍ଷମା କରିଦେବେ ମୁଁ ଆଉ ସହି ପାରୁନି ବୋଲି ମଧୁମିତା ତାଙ୍କ ଶେଷ ଭିଡିଓରେ କହିଛନ୍ତି। ତେବେ ପୋଲିସ ଆତ୍ମହତ୍ୟାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। 

ବାଲେଶ୍ବର ବନ୍ୟା
52m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ