ଆଷାଢ ଶୁକ୍ଳୁ ଦ୍ୱିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା
by Argus News
Wed, Nov 06 | 7:13 p.m.

ଅର୍ଗସ ବ୍ୟୁରୋ:  ବହୁ ବାଦବିବାଦ ପରେ ଶେଷରେ ଜଗନ୍ନାଥଙ୍କୁ ନେଇ ଓଡିଆ ଭାବାବେଗର ବିଜୟ ହୋଇଛି । ହ୍ୟୁଷ୍ଟନରେ 9 ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରଥରେ ରହିବେ ନାହିଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ରଥରେ କୃଷ୍ଣ ବଳରାମଙ୍କ ସହ ଶ୍ରୀଗୌର ନିତାଇ, ଚୌତନ୍ୟ ଓ ନିତ୍ୟାନନ୍ଦଙ୍କୁ ରଖାିବ । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ । ଆମେରିକାରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖି ଇସ୍କନ ପକ୍ଷରୁ ଏହା କୁହାଯାଇଛି । ହ୍ୟୁଷ୍ଟନରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ଆମେରିକା ସହ ଓଡିଶାରୁ ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଇସ୍କନ ପକ୍ଷରୁ କୁହାଯାଇଛି । ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଆସନ୍ତା ମାସ ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକରେ ଆଲୋଚନା ହେବ ବୋଲି ମଧ୍ୟ ଇସ୍କନ ପକ୍ଷରୁ କୁହାଯାଇଛି। ଆଷାଢ ଶୁକ୍ଳୁ ଦ୍ବିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା । ସ୍କନ୍ଧ ପୁରାଣ ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ତିଥିରେ ହେଉଛି ରଥଯାତ୍ରା । ଇସ୍କନ ସମ୍ମାନ ଦେଲା ଓଡ଼ିଆ ଭାବାବେଗକୁ । ଓଡ଼ିଶାରେ ଇସ୍କନ ଦୀର୍ଘଦିନରୁ ଏହାକୁ ଦେଇଆସୁଛି ସମ୍ମାନ ।

ଇସ୍କନ ପକ୍ଷରୁ ଏହା ଘୋଷଣା ହେବା ପରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଖୁସି ପ୍ରକଟ କରିଛନ୍ତି । କହିଛନ୍ତି ସବୁ ଜଗନ୍ନାଥଙ୍କ ଲୀଳା । ଜଗନ୍ନାଥ ଚାହିଁଲେନି ସେଥିପାଇଁ ହ୍ୟୁଷ୍ଟନରେ ରଥଯାତ୍ରା ବନ୍ଦ ହୋଇଗଲାଇସ୍କନ ପରମ୍ପରା ବିରୋଧୀ କାମରୁ ନିବୃତ ରହିଥିବାରୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ । ଇସ୍କନ ହୁଷ୍ଟନ ଶାଖା ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ଆଘାତ ଦେଇଥିଲା । ଆମେରିକାର ହୁଷ୍ଟନ୍ ରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ବି ଏହାର ତୀବ୍ର ବିରୋଧ କରିଥିଲେ।

ହ୍ୟୁଷ୍ଟନରେ ଇସକନର ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ଚାରିଆଡୁ ବିରୋଧ ହୋଇଥିଲା । ଗଜପତି ମହାରାଜା ଇସ୍କନ ବ୍ୟୁରୋକୁ ଚିଠି ଲେଖିବା ସହିତ ସାମ୍ବାଦିକ ସମ୍ମିଳନୀ କରି ଏହାର ବିରୋଧ କରିଥିଲେ । ଏପରି ହେଲେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ତାପରେ ଇସ୍କନ କର୍ତ୍ତୃପକ୍ଷ 9 ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଡୋନାଲ୍ଡ ଟ୍ରମ୍ପଙ୍କ
ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋ
ମେଘନାଦ ପାଚେରୀ
ମେଘନାଦ ପାଚେରୀ ଫାଟ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳୀ ଛଡ଼ାଇବା କାର୍ଯ୍
ନଭେମ୍ବର ୨୧ରୁ
ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣ