କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ
by Argus News
Sat, Oct 26 | 9:18 a.m.

ଅର୍ଗସ ବ୍ୟୁରୋ:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ । ଶେଷ ଦିନରେ  ଗବେଷଣା ଭିତ୍ତିକ ବିଶ୍ବବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର । ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ୱେଲ୍ସର ବିଭିନ୍ନ ବିଦ୍ୟାଳୟ ଦ୍ବାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ୟୁଟିଏସ୍ ମୁର୍ ପାର୍କ ପରିଦର୍ଶନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର। ଏହି ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ବାଲିଯାତ୍ରା
2m ago
ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା
କଟକ: ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା। ନଭେମ୍ବର 15 ରୁ 22 ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ। ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ପଞ୍ଜିକର
ରାମ ମନ୍ଦିରରୁ
14m ago
ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ
ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍
ଆପାର୍ଟମେଣ୍ଟ
16m ago
ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା
ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗି