'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'
by Argus News
Sun, Jun 16 | 1:36 p.m.

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପରେ ପରିଲକ୍ଷିତ ହୋଇଥିବା ଭିଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା । ମାତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଭିଡ ନିୟନ୍ତ୍ରଣାଧିନ ଥିଲା । ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି । ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି । ସମସ୍ତ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ । ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହେବ । ଆମେ କେବଳ ପରିଚାଳକ।

ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରିଚାଳନା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।  ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । 

ଆସନ୍ତା ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯାଇ ଚକ ଡ଼େରା ପରେ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକ ସେଟିଂ କରାଯାଇ ରଖାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

SALMAN KHAN
32m ago
ସଲମାନ ଖାନ ବିବାହ ନକରିବାର ମୁଖ୍ୟ କାରଣ କହିଲେ ବାପା
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କୁ ବର୍ତ୍ତମାନ ୫୮ ବର୍ଷ ବୟସ । ତଥାପି ଏହି ବୟସରେ ସେ ଅବିବାହିତ ଅଛନ୍ତି। ସଲମାନ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି କିମ୍ବା ସେ କାହିଁକି ବିବା
ବଢିବ ବର୍ଷା
53m ago
ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ରୁ ବଢିବ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୬ ରୁ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ। ଆସନ୍ତା ୫ ଦିନ ବର୍ଷା ହେବ। ୪୮ ଘଂଟ
ମୁଖ୍ୟମନ୍ତ୍ରୀ
ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପଖାଳ କଂସା ବଢାଯାଇଛି, ବାଡିର ସଜ ସଜ ସଜନା ଶାଗ ଭଜାଯାଇଛି । ଲେମ୍ବୁ, ଦହି ବାସ୍ନାରେ ଘର ମହକୁଛି । କାରଣ ଘରର ପୁଅ ପହଞ୍ଚିଛି...ବୁଲି ବୁଲି ହାଲିଆ ହୋଇ ଯିବଣୀ । ପୁଅ