ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ
by Argus News
Sun, Jun 02 | 9:06 a.m.

ଅର୍ଗସ ବ୍ୟୁରୋ: ନିର୍ବାଚନୀ ହିଂସା ରେ ଚାଲିଗଲା ବୃଦ୍ଧ ଙ୍କ ଜୀବନ | ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ | ଦିନରେ ପୁଅ କୁ ଆକ୍ରମଣ, ସନ୍ଧ୍ୟାରେ ବାପା ଙ୍କୁ ହତ୍ୟା | ବୃଦ୍ଧ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର କୁଦାନଗରୀ ଥାନା ଅନ୍ତର୍ଗତ ଜମପଡା ପଂଚାୟତର ଗୌଡ଼ଗାଁ ର ପୁରୁଷୋତ୍ତମ ସ୍ୱାଇଁ | ପୁରୁଷୋତ୍ତମ ଙ୍କ ପୁଅ କୁଞ୍ଜବନ ସ୍ୱାଇଁ ବିଜେପି ପଞ୍ଚାୟତ ସଭାପତି ହୋଇଥିବାରୁ ପୂର୍ବରୁ ଅନେକ ଥର ବିଜେଡି ର ଆକ୍ରୋଶର ଶିକାର ହୋଇଥିଲେ | ଆଜି ଦିନରେ ବୁଥ ନିକଟରେ  ବିଜେଡି କର୍ମୀ ମାନେ କୁଞ୍ଜବନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ |

ଭୋଟିଙ୍ଗ ସରିଲା ପରେ ଆଜି ସନ୍ଧ୍ୟାରେ ପୁରୁଷୋତ୍ତମ ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ବିଜେଡି କର୍ମୀ ଅମର ପରିଡା ସ୍ପିଡ଼ ରେ ମଟରସାଇକେଲ କୁ ପୁରୁଷୋତ୍ତମ ଙ୍କ ଉପରେ ଚଢାଇ ଦେଇଥିଲେ | ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହେଲା ବେଳେ ପୁରୁଷୋତ୍ତମ ଙ୍କ ମୃତୁ ଘଟିଥିଲା | ଡାକ୍ତରଖାନା ରେ ପହଁଚି ବିଜେଡି ର ଏଭଳି ହିଂସାତ୍ମକ ଆଚରଣ କୁ ଦୃଢ଼ ନିନ୍ଦା କଲେ ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା | ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ପରିବାର କୁ ନ୍ୟାୟ ମିଳିବା ଦରକାର ବୋଲି ନିର୍ବାଚନ ଆୟୋଗ ନିକଟରେ ଦାବି କଲେ |

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ଆଜିଠାରୁ ଏକମାସ
43m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି