ଭାରତୀୟ ବାୟୁସେନାରୁ ଅନ୍ତିମ ବିଦାୟ ନେଲା ମିଗ୍-୨୧
by Argus News
Thu, Nov 02 | 7:56 a.m.

ଅର୍ଗସ ବ୍ୟୁରୋ : ମିଗ୍‌-୨୧, ନାଁ ଶୁଶିଲେ ଶତ୍ରୁ ଛାତିରେ ସୃଷ୍ଟି ହୁଏ କମ୍ପନ । ଆକାଶର ଛାତି ଚିରି ୧୮୦୦ କିଲୋମିଟର ବେଗରେ ଗତି କରିପାରେ । କମ୍ ଉଚ୍ଚତାରେ ଉଡ଼ି ଶତ୍ରୁ ଶିବିରକୁ କରିପାରେ ଛାରଖାର । ପାହାଡ଼ରେ ଲୁଚିଥିବା ଆତଙ୍କୀଙ୍କ ପାଇଁ ଥିଲା କାଳ । ଅନେକ ଅନ୍ତର୍ଜାତୀୟ ଯୁଦ୍ଧାଭ୍ୟାସରେ ଦେଖାଇଛି ପରାକ୍ରମ । ଭାରତୀୟ ବାୟୁସେନାର ଗୌରବମୟ ଇତିହାସର ମୁକସାକ୍ଷୀ ମିଗ୍‌ ୨୧କୁ ଦିଆଯାଇଛି ଅନ୍ତିମ ବିଦାୟ । ଏବେ ଏହା ଆଉ କେବେ ବି ଭାରତୀୟ ଆକାଶରେ ଦେଖିବାକୁ ମିଳିବନି । ଭାରତ-ପାକିସ୍ତାନ ସୀମାରେ ଶେଷ ଥର ପାଇଁ ଉଡ଼ି ସେବା ନିବୃତ ହୋଇଛି ମିଗ୍-୨୧ । ୩ଟି ସ୍କ୍ବାଡନରୁ ଗୋଟିଏକୁ ଅବସର ଦିଆଯାଇଥିବା ବେଳେ ୨୦୨୫ ସୁଦ୍ଧା ଅନ୍ୟ ଦୁଇଟି ସ୍କ୍ବାଡନକୁ ସେବା ନିବୃତ କରାଯିବ । ୧୯୬୬ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ମିଗ୍‌ ୨୧ । ୧୯୭୧ ଯୁଦ୍ଧଠାରୁ ଆରମ୍ଭ କରି କାର୍ଗିଲ ଯୁଦ୍ଧ ଏବଂ ବାଲାକୋଟ୍‌ ଏୟାର ଷ୍ଟ୍ରାଇକରେ ନିଜର ପରାକ୍ରମ ଦେଖାଇଥିଲା ଏହି ଲଢ଼ୁଆ ବିମାନ । ୧୯୭୧ ଯୁଦ୍ଧରେ ଭାରତ ବିଜୟରେ ଥିଲା ମୁଖ୍ୟ ଭୂମିକା । କାର୍ଗିଲ ଯୁଦ୍ଧ ସମୟରେ ପାହାଡ଼ରେ ଲୁଚିଥିବା ଆତଙ୍କବାଦୀଙ୍କୁ କରିଥିଲା ନିପାତ ।

ଅଧିକ ପଢନ୍ତୁ : ଭୟଙ୍କର ବିସ୍ଫୋରଣ, ମହିଳା ମୃତ

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ସମୟରେ ଅତ୍ୟାଧୁନିକ ଲଢୁଆ ବିମାନ F-16କୁ ମାରି ଖସାଇଥିଲା । ତେବେ ପୁରୁଣା ହେବା ସହ ଅନେକ ମିଗ୍-୨୧ ଦୁର୍ଘଟଣାର ଶିକାର ହୋଇଥିଲା । ପରେ ଏହାର ସୁରକ୍ଷା ଉପରେ ଉଠିଥିଲା ଅନେକ ପ୍ରଶ୍ନ । ପ୍ରାୟ ୩୦ ବର୍ଷ ସେବା ପ୍ରଦାନ କରିବା ପରେ ଏବେ ଏହାକୁ ବିଦାୟ ଦିଆଯାଇଛି । ମିଗ୍‌ ୨୧ ସ୍ଥାନ ନେବ ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ସବୁଠୁ ହାଲୁକା ବିମାନ ତେଜସ୍‌ । ତେଜସ ବଳରେ ବଳିୟାନ ହେବ ଭାରତୀୟ ବାୟୁସେନା । ବାୟୁସେନା ପାଇଁ ୧୦୦ଟି ତେଜସ ମାର୍କ-1A ନିର୍ମାଣ କରିବାକୁ ବେଙ୍ଗାଲୁରୁ ସ୍ଥିତ ହାଲ୍‌କୁ ଅର୍ଡର ଦେଇଛି ଭାରତୀୟ ବାୟୁସେନା । କିଛି ବର୍ଷ ମଧ୍ୟରେ ୩୦୦ରୁ ଅଧିକ ତେଜସ ଲଢୁଆ ବିମାନକୁ ବାୟୁସେନାରେ ସାମିଲ୍ କରାଯିବ। ଏହି ବିମାନ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିବାକୁ ସକ୍ଷମ । ନିକଟରେ ତେଜସ ବିମାନରୁ ‘ଅସ୍ତ୍ର’ ମିସାଇଲର ପରୀକ୍ଷଣ ମଧ୍ୟ ହୋଇଛି । ଏହାଦ୍ବାରା ଆହୁରି ଘାତକ ହୋଇଛି ଏହି ହାଲୁକା ବିମାନ । 
 

METEOROLOGICAL
9m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
14m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର