'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ
by Argus News
Wed, Sep 18 | 5:24 p.m.

ଅର୍ଗସ ବ୍ୟୁରୋ: 'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୋଦୀ ସରକାରଙ୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ 'ୱାନ ନେସନ-ୱାନ ଇଲେକ୍ସନ' ଉପରେ ଏକ ବିଲ୍ ଉପସ୍ଥାପନ କରାଯିବ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସମ୍ମୁଖରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରାଯାଇଥିଲା। ଏହା ସହିତ ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ନଗର ନିଗମ ନିର୍ବାଚନ ମଧ୍ୟ କରିବାକୁ ସୁପାରିଶ କରାଯାଇଥିଲା।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତ ନେଇ 'ୱାନ ନେସନ-ୱାନ ଇଲେକ୍ସନ' ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୨ଟି ଦଳ ସମର୍ଥନ କରିଥିଲେ, ୧୫ଟି ଦଳ ବିରୋଧ କରିଥିଲେ ଏବଂ ୧୫ଟି ଦଳ ଉତ୍ତର ଦେବାକୁ ମନା କରିଦେଇଥିଲେ। ସମର୍ଥନ କରିଥିବା ଦଳଗୁଡିକ ମଧ୍ୟରେ ବିଜେପି, ଜେଡିୟୁ, ଏଲଜେପି (ଆର) ଭଳି ଦଳ ଅନ୍ତର୍ଭୁକ୍ତ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ