୧୯୮୮ ମସିହାରେ ବଦଳିଥିଲା ଏହି ସୁପରହିଟ ମୁଭିର ନାଁ
by Argus News
Wed, May 01 | 7:43 p.m.

ଅର୍ଗସ ବ୍ୟୁରୋ: ୧୯୮୮ ମସିହାରେ ଏକ ସୁପରହିଟ ମୁଭିର ନାଁ ଶେଷ ମୁହୂର୍ତ୍ତରେ ବଦଳିଥିଲା। ଏହି ବର୍ଷ ବଲିଉଡରେ କୟାମତ ସେ କୟାମତ ତକ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଲିଡ ରୋଲରେ ଥିଲେ ଆମିର ଖାନ ଏବଂ ଜୁହି ଚାଓ୍ବଲା। ଉଭୟ ଆମୀର ଏବଂ ଜୁହି ଏହି ଫିଲ୍ମରୁ ହିଁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ନାଁ ଆରମ୍ଭରୁ `ନଫରତ କି ବାରିଶ' ରଖାଯାଇଥିଲା।

ମେକର୍ସମାନେ ଶେଷ ମୁହୂର୍ତ୍ତରେ ହିଁ ଫିଲ୍ମର ନାଁ ପରିବର୍ତ୍ତନ କରିଥିଲେ। `କୟାମତ ସେ କୟାମତ ତକ' ମୁଭି ସୁପରହିଟ ହୋଇଥିଲା। ୨.୫ କୋଟି ବଜେଟରେ ଏହି ମୁଭି ହୋଇଥିବାବେଳେ ସେତେବେଳେ ଏହି ମୁଭି ଦୁଇଗୁଣରୁ ଅଧିକ ଆୟ କରିଥିଲା। ବକ୍ସଅଫିସର ସବୁ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମ ସେହି ବର୍ଷର ତୃତୀୟ ହିଟ ଫିଲ୍ମ ଥିଲା। ଏହି ଫିଲ୍ମରେ ଜୁହି ଆଉ ଆମୀରଙ୍କ ଅଭିନୟ ଫ୍ୟାନ ମାନଙ୍କ ହୃଦୟ ଛୁଇଁଥିଲା। ଆଉ ରାତାରାତି ଜୁହି ଆଉ ଆମୀର ବଲିଉଡରେ ଷ୍ଟାର ପାଲଟି ଯାଇଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ