ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ 
by Argus News
Tue, Apr 16 | 7:58 p.m.

 ଭୁବନେଶ୍ୱର: ଜଳୁଛି ସାରା ଓଡିଶା । ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ।  ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣପ୍ରବାହ ରହିବ । ତତଲା ପବନ ସାଙ୍ଗକୁ ତାତି ଅସହ୍ୟ ହେବ । ଆଜି ପାଇଁ ୧୩ଟି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା ।

ଆସନ୍ତାକାଲି ୧୫ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଶନିବାର ଓ ରବିବାର ଦିନ ଜଳିବ ସାରା ଓଡିଶା । ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି 20 ରୁ 22 ତାରିଖ ପର୍ଯ୍ୟନ୍ତ  ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର