ଆଠମଲ୍ଲିକ ଜଗନ୍ନାଥପୁର ଗାଁରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା
by Argus News
Tue, Jun 25 | 8:00 p.m.

ଅର୍ଗସ ବ୍ୟୁରୋ: ଅନୁଗୋଳ ଆଠମଲ୍ଲିକ ବ୍ଲକର ଜଗନ୍ନାଥପୁରରେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ।  ଗାଁରେ ଥିବା ୫ଟି ନଳକୂଅରୁ ଫ୍ଲୋରାଇଡ ମିଶା ପାଣି ବାହାରୁଛି । ଏହି ପାଣି ପିଇ ଲୋକମାନଙ୍କ ସ୍ବାସ୍ଥ୍ୟସମସ୍ୟା ଦେଖାଦେଉଛି । ନଳକୂପର ପାଣିରେ ଗୁଣ୍ଡମିଶା କଳାପାଣି ବାହାରୁଥିଲେ ମଧ୍ୟ ଗାଁ ଲୋକ ପିଇବାକୁ ବାଧ୍ୟ ହେଉଛନ୍ତି । ଏହି ଫ୍ଲୋରାଇଡ ମିଶା ପାଣି ପିଇବା ଯୋଗୁଁ ଗ୍ରାମରେ କୀଡୀନି ରୋଗୀଙ୍କ ସଂଖ୍ୟା ବଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I କିଡନୀ ରୋଗରେ ଦୁଇ ବର୍ଷରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଫ୍ଲୋରାଇଡ ମିଶା ପାଣି ପିଇ ଲୋକଙ୍କ ଦାନ୍ତ ହଳଦିଆ ଓ କଳା ପଡିଯାଉଥିବା ଅଭିଯୋଗ ହୋଇଛି ।

ଜଗନ୍ନାଥପୁର ଗାଁରେ ପାଖାପାଖି ୩୦୦ ଲୋକ ବସବାସ କରୁଛନ୍ତି । ପାନୀୟ ଜଳ ସମସ୍ୟା ନେଇ ସେମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନଥିବା ୱାର୍ଡ ମେମ୍ବର ଅଭିଯୋଗ କରିଛନ୍ତି । ୨୪ ବର୍ଷର ସ୍ଥାୟୀ ବିଜେଡି ସରକାରରେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ମିଳିପାରିଲାନାହିଁ I ନୂଆ ସରକାର ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ଗାଁ ଲୋକ ଆଶା ରଖିଛନ୍ତି ।
 

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର