ପାଖେଇ ଆସୁଛି ପାର୍ବଣଋତୁ : ବୃଦ୍ଧି ପାଉଛି ଲୁଟେରାଙ୍କ ଉତ୍ପାତ
by Argus News
Fri, Oct 04 | 3:27 p.m.

କେନ୍ଦୁଝର :  ପାର୍ବଣଋତୁ ପାଖେଇ ଆସୁଥିବା ବେଳେ ଲୁଟେରା ମାନଙ୍କର କାର୍ଯ୍ୟ କଳାପ ବୃଦ୍ଧି ପାଇବାରେ ଲାଗିଛି।  ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଏହାର ଟେର ପାଇବାରେ ବିଫଳ ହୋଇଛି। ଆଜି ଆନନ୍ଦପୁର- ଭଦ୍ରକ ରାସ୍ତାର ଚୋର ଗଡ଼ିଆ  ଛକ ନିକଟରେ ଜଣେ ବାଇକ ଆରୋହୀ ଦମ୍ପତ୍ତିଙ୍କ ନିକଟରୁ ସୁନା ମଙ୍ଗଳସୁତ୍ର ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ ।

ଘସିପୁରା ଥାନା ଅତାସାହି ଗ୍ରାମର ଗଣେଶ ବାରିକ ଓ ତାଙ୍କ ପତ୍ନୀ ମମତା ବାରିକ  ଆଗରପଡ଼ା ଶ୍ବଶୁର ଘରୁ ଫେରୁଥିବା ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକ ଯୋଗେ ତାଙ୍କ ପିଛା କରି ଚୋରଗଡ଼ିଆ ଛକ ନିକଟରେ  ମମତାଙ୍କ ବେକରୁ ମଙ୍ଗଳସୁତ୍ର ଟିକୁ ଛିଣ୍ଡାଇ ନେଇ ଦ୍ରୁତଗତିରେ ପଳାଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲେ। ଅଭିଯୋଗ ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚ଼ଳାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା