କଲରାପତରିଆ ଘରେ ପଶି ମଣିଷକୁ କଲା ଶିକାର
by Argus News
Mon, Jun 10 | 10:45 a.m.

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ରେ ଲୋମଟାଙ୍କୁରା ଘଟଣା ଘଟିଛି । ଗୋଟିଏ କଲରାପତରିଆ ଘରେ ପଶି ମଣିଷ ଶିକାର କରିଛି । ବୃଦ୍ଧାଙ୍କୁ ଘରୁ ଟାଣି ନେଇ ପ୍ରାୟ ୨୦୦ ମିଟର ଦୂରରେ ଶରୀରର ଅର୍ଦ୍ଧାଧିକ ଖାଇବା ପରେ ଜଙ୍ଗଲକୁ ଚାଲି ଯାଇଛି। ଆଜି ସକାଳେ ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗାଁରେ କିଛି ଦିନ ତଳେ ଗୋଟିଏ ମଣିଷ ଖିଆ ବାଘ ମାତିଥିଲା । ପ୍ରାୟ ୫ରୁ ୬ଜଣଙ୍କୁ ଆକ୍ରମଣ କରିଥିଲା । ବହୁ କଷ୍ଟରେ ବନ ବିଭାଗ ଏହାକୁ କାବୁ କରିବା ପରେ ଓଡ଼ିଶା-ଛତିଶଗଡ଼ ସୀମାରେ ରହିଥିବା ଉଦନ୍ତୀ-ସୀତାନଦୀ ଅଭୟରଣ୍ୟରେ ଛାଡ଼ି ଦିଆଯାଇଥିଲା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଆଜିଠାରୁ ଏକମାସ
12m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
33m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
35m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି