ଦୁନିଆର ଏକମାତ୍ର ସାପ ଯିଏ ରଙ୍ଗ ବଦଳାଏ
by Argus News
Sun, Jun 23 | 3:54 p.m.

ଅର୍ଗସ ବ୍ୟୁରୋ: ଦୁନିଆରେ ଅନେକ ବିଷଧର ସାପ ଅଛନ୍ତି। କିନ୍ତୁ ଏମିତି ଏକ ସାପ ବିଷୟରେ ଶୁଣିଛନ୍ତି କି ଯିଏ ନିଜ ରଙ୍ଗ ବଦଳାଏ? ହଁ ଆଜ୍ଞା ସାପ ବି ରଙ୍ଗ ବଦଳାଏ । ଆଶ୍ଚର୍ଯ୍ୟ ଲାଗୁଥିବ ନିହାତି। ଜାଣିବା ପାଇଁ ବିଷୟଟିକୁ ପୁରା ପଢନ୍ତୁ।

ବିଶ୍ୱରେ ୩୦୦୦ ରୁ ଅଧିକ ପ୍ରଜାତିର ସାପ ଅଛନ୍ତି । ଭିନ୍ନ ଭିନ୍ନ ପ୍ରଜାତିର ସାପର ଶରୀରର ଆକାର ରଙ୍ଗ ଏବଂ ଚିତ୍ର ଭିନ୍ନ ହୋଇଥାଏ। ସାଧାରଣତଃ ଲୋକମାନେ ସାପର ରଙ୍ଗକୁ ଦେଖି ସାପର ପ୍ରଜାତି ବିଷୟରେ ଜାଣିଥାନ୍ତି। କିନ୍ତୁ ଏମିତି ଏକ ସାପ ଅଛି ଯିଏ ନିଜର ରଙ୍ଗ ବଦଳାଇବା ସହିତ ଦୁନିଆର ସବୁଠାରୁ ବିଷଧର ସାପରେ ମଧ୍ୟ ଗଣନା ହୁଏ। ଏହାର ନାମ ହେଉଛି ଇନଲାଣ୍ଡ ତାଇପେନ। ଏହା ଅଷ୍ଟ୍ରେଲିଆର ପୂର୍ବ ଏବଂ ଦକ୍ଷିଣ ଭାଗରେ ଦେଖିବାକୁ ମିଳେ।

କୁହାଯାଏ ଏହା ଦୁନିଆର ସବୁଠାରୁ ବିଷଧର ସାପ। ଇନଲାଣ୍ଡ ତାଇପେନ ଦେଖିବାକୁ ମଧ୍ୟମ ଆକାରର ଅଟେ  ଏବଂ ଏହା ପାଣିପାଗ ଅନୁଯାୟୀ ନିଜର ରଙ୍ଗ ବଦଳାଇଥାଏ । କେବେ ଗାଢ଼ ମାଟିଆ ତ କେବେ ହାଲୁକା ମାଟିଆ ପୁଣି କେବେ ସବୁଜ ତ ପୁଣି କେବେ ହଳଦିଆ ରଙ୍ଗର ହୋଇଯାଏ ଏହି ବିଷଧର ସାପ। ଶୀତ ଦିନେ ଏହାର ରଙ୍ଗ ଗାଢ଼ ହୋଇଥିବାବେଳେ ଖରା ଦିନେ ହାଲୁକା ହୋଇଯାଏ। ଏହି ସାପ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବଂଚେ।

ଅଧିକ ପଢନ୍ତୁ ବିଦେଶ ଖବର
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ