ମହାନଦୀରେ ବନ୍ୟା ଜଳ କମିବା ପରେ ଚାଷୀଙ୍କ ଦୁର୍ଦ୍ଦଶା
by Argus News
Tue, Sep 17 | 9:50 p.m.

 ଅର୍ଗସ ବ୍ୟୁରୋ: ଚିନ୍ତାରେ ଚାଷୀ । ମହାନଦୀରେ ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା । ଗତ ମାସରେ ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଶାଖା ନଦୀ ଚନ୍ଦ୍ରପା ଓ କାଳିଗିରି କୂଳ ଲଂଘିବା ଫଳରେ ବାଙ୍କୀ ଅଞ୍ଚଳର ଶହ ଶହ ହେକ୍ଟର ଜମିରେ ପାଣି ମାଡ଼ ଯାଇଥିଲା । ୧୫ଦିନରୁ ଅଧିକ ସମୟ ଧରି କ୍ଷେତରେ ପାଣି ରହିଥିବାରୁ ଧାନ ଫସଲ ସହ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଋଣ କରି ଖରିଫ୍ ଧାନ ଫସଲ କରିଥିବା ଚାଷୀ ରୁଆ ପୋତା ପରେ ବେଉଷଣ କାମ ସାରିଥିଲେ । କିନ୍ତୁ ଲଗାଣ ବର୍ଷା ଚାଷୀଙ୍କ ଆଶା ଭାଙ୍ଗି ଦେଇଥିଲା । କେବଳ ବାଙ୍କୀ ବ୍ଲକ୍ ରେ  ୬ ହଜାର ୩ଶହ ୬୪ ହେକ୍ଟର ଜମି ରେ ଖରିଫ ଧାନ ଫସଲ ଚାଷ ହୋଇଥିଲା। ୩ ଶହ ୭୦  ହେକ୍ଟର ଜମିରେ ଅନ୍ୟ ଫସଲ କରିଥିଲେ ଚାଷୀ । ସେହିପରି ଡମପଡ଼ା ବ୍ଲକ୍ ର ୧୭ ଗୋଟି ପଞ୍ଚାୟତ ଓ ବାଙ୍କୀ ଏନ୍, ଏ, ସି, ରେ ୬ହଜାର ଦୁଇ ଶହ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ବନ୍ୟା ଜଳରେ ୧୩ ଶହ ୫୦ ହେକ୍ଟର ଧାନ ଫସଲ ଓ ୬୨ ହେକ୍ଟର କ୍ଷେତରେ ପରିବା ଫସଲ ନଷ୍ଟ ହୋଇଥିବା ନେଇ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ ପ୍ରଦାନ କରାଯାଇଛି । 

ବାଙ୍କୀ ବ୍ଲକ୍ ର କେନ୍ଦୁପଲ୍ଲୀ ଓ ବଲଭଦ୍ରପୁର ଗ୍ରାମ ପଞ୍ଚାୟତର ଗୌଡ ଛେଲିରେ ଜୁଣିଆଁ ନାଳରେ ପାଣି ମାଡ଼ି ଆସିବାରୁ ଘାଇ ହୋଇ ବହୁ ଜମି ରେ ବାଲିଚର ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ରାଜସ୍ବ ନିରୀକ୍ଷକ ନିଜେ ନଆସି ଅନ୍ୟ ଲୋକଙ୍କୁ ତଦନ୍ତ କରିବାକୁ ପଠାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ । ଲଗାଣ ବର୍ଷାରେ ବର୍ଷକର ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢୁଛି । ଏପରି ସମୟରେ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ନିବେଦନ କରିଛନ୍ତି ।

 

ଭାରତ ଏବଂ ବାଂଲାଦେଶ
16m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
36m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
42m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା