ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ
by Argus News
Thu, Feb 08 | 12:49 p.m.

ଅର୍ଗସ ବ୍ୟୁରୋ:  ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ । ଗଛ କାଟିବା ପୂର୍ବରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସକୁ ଘେରିଲେ ଆଦିବାସୀ । ମାଲକାନଗିରି ଜିଲ୍ଲାରେ  ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି । ଗଛ କାଟିବା ଅଭିଯାନରେ ଓର୍କେଲ ପୋଲିସ ଓ dvf ଯବାନ ବାହାରିଥିବାବେଳେ ହଟହଟା ହେବାକୁ ପଡିଛି ।

କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ବାୟାପଡା ଘାଟିରେ ଗଞ୍ଜେଇ ଗଛ କାଟିବା ପାଇଁ ଓର୍କେଲ ଥାନା ର ପୋଲିସ ସହ dvf ଯବାନ ଯାଇଥିଲେ । ଏହି ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯବାନଙ୍କୁ ଘେରିଥିଲେ ଆଦିବାସୀ । ପରିସ୍ଥିତି ଏପରି ହେଲା ଯେ ପୋଲିସ ଜୀବନ ବିକଳରେ ଘଟଣା ସ୍ଥଳରୁ ଦୌଡି ଦୌଡି ଆସିବାକୁ ବାଧ୍ୟ ହୋଇଥିଲେ । ଏହାସହ ଚାଷଉପଯୋଗୀ ଜମି ଦେବାକୁ ଦାବି କରିଥିଲେ ଆଦିବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି