ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା  
by Argus News
Wed, Nov 08 | 5:14 p.m.

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟରେ ବି ଲାଗିଲା କଟକଣା। ସକାଳ ୬ରୁ ରାତି ୧୦ଟା ଯାଏଁ ବାଣ ଫୁଟାଇ ପାରିବେ ସାଧାରଣ ଲୋକ। ୧୨୫ ଡେସିବଲ୍ ଉପରେ ବାଣ ଯେମିତି ନ ଫୁଟେ ତା ଉପରେ ରହିବ ନଜର। ଗ୍ରୀନ୍ କ୍ରାକର୍ସକୁ କେବଳ ମିଳିବ ଅନୁମତି।

ବେରୀୟମ ନାଇଟ୍ରେଟ୍ ଥିବା ବାଣ ଉପରେ କଟକଣା ଲାଗିବ। ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା କରାଯାଇଛି। ଦୀପାବଳି ପୂର୍ବରୁ ଦୀପାବଳି ଦିନ ଓ ଦୀପାବଳି ପରେ  ପ୍ରଦୂଷଣ ବୋର୍ଡ ସାରା ରାଜ୍ୟରେ ପ୍ରଦୂଷଣର ମାତ୍ରା ମାପିବ।  

୨୦୧୮ରେ ଦିଲ୍ଲୀ ପାଇଁ କଟକଣା ଲାଗିଥିଲା ଏବେ ସାରା ଦେଶ ପାଇଁ ଲାଗୁ ହୋଇଛି କଟକଣା। ଦିଲ୍ଲୀରେ ଚଳିତ ବର୍ଷ ମଧ୍ୟ ବାଣ କିଣା ବିକା ବନ୍ଦ ରହିବ. ଏପରିକି ଗ୍ରୀନ କ୍ରାକର ମଧ୍ୟ ଫୁଟାଇ ପାରିବେନି ରାଜଧାନୀ ବାସୀ. ଏପରି ନିଷ୍ପତ୍ତି ନେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ. ଦିଲ୍ଲୀର ପ୍ରଦୂଷଣକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଛି। ବାଣ ଲାଇସେନ୍ସ ପ୍ରଦାନ ନ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ କହିଛନ୍ତି ଶୀତଦିଵ ଆରମ୍ଭରୁ ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ ଦେଖାଯାଇଥାଏ. ତାକୁ ରୋକିବାକୁ ଦିଲ୍ଲୀ ସରକାର ଦୃଢ ନିଷ୍ପତ୍ତି ନେଇଛନ୍ତି ।

ଅକ୍ଟୋବର ମାସରୁ ଦିଲ୍ଲୀରେ ବାୟୁର ଗୁଣବତ୍ତା ପରିବର୍ତ୍ତନ ହୋଇଥାଏ। ତେଣୁ ବାଣ ଫୁଟାଇଲେ ଏହା ଅଧିକ ପ୍ରଦୂଷଣ ହେବାର ସମ୍ଭାବନା ରହିଥାଏ।  ଗତବର୍ଷ ବାଣ ଫୁଟାଇଲେ ୨୦୦ ଟଙ୍କା ଜୋରିମାନା ସହ ୬ ମାସ ଜେଲଦଣ୍ଡ ମିଳିବ ବୋଲି ଘୋଷଣା କାରାଯଇଥିଲା।  ଏବଂ ବାଣ ପ୍ରସ୍ତୁତି, ବିକ୍ରି ଆଦି ପାଇଁ ୫ ହଜାର ଟଙ୍କା ଜୋରିମାନା ସହ ୩ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ହୋଇଥିଲା।

 ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ