ପୁଣି ପଦାରେ ପଡ଼ିଲା ୫T ସ୍କୁଲର ଅସଲ ଚେହେରା
by Argus News
Sat, Apr 27 | 9:03 a.m.

ଅର୍ଗସ ବ୍ୟୁରୋ:  ପୁଣି ପଦାରେ ପଡ଼ିଲା ୫T ସ୍କୁଲର ଅସଲ ଚେହେରା । ବିଦ୍ୟାଳୟରେ ମାତ୍ର 2 ଜଣ ଶିକ୍ଷକ ଅଛନ୍ତି । କାନ୍ଥରେ ଖାଲି ରଙ୍ଗ ମାରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏହି ଅଭିଯୋଗ ଆସିଛି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିର୍ବାଚନୀ ମଣ୍ଡଳୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ବିଂଝାରପୁର ସ୍ଥିତ ରାହାସୋଇ ଶ୍ରୀ ଜଗନ୍ନାଥ ବିଦ୍ୟମନ୍ଦିର ସ୍କୁଲରୁ । ଆରଟିଆଇ ତଥ୍ୟ ଅନୁସାରେ, ସ୍କୁଲ୍ ଉନ୍ନତିକରଣରେ 57 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ହୋଇଛି । ହେଲେ ସମ୍ପୂର୍ଣ୍ଣ ଟଙ୍କା ସ୍କୁଲ୍ ପାଇଁ ଖର୍ଚ୍ଚ ହୋଇନାହିଁ । ସ୍କୁଲର ପୁରୁଣା କାନ୍ଥରେ ରଙ୍ଗ ମାରି ବିଲ୍ କରିଥିବା ସହ ଅତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

ସବୁଠୁ ବଡ଼ କଥା ହେଲା, ଏହି ହାଇସ୍କୁଲରେ ୨୧୦ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ମାତ୍ର ଅଛନ୍ତି ୨ ଜଣ । ଏପରିସ୍ଥିତିରେ କେମିତି ପାଠପଢା ହେବ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୫T ରୂପାନ୍ତରଣରେ ଅନ୍ୟମିତତାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଏ ଦିଗରେ ଦଶରଥପୁର ବିଡ଼ିଓଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍