ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲା ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧ହଜାର ୬୩୭ ଗାଁ ପ୍ରଭାବିତ ହୋଇଥିଲେ । ୪୧ ଲକ୍ଷ ୪ ହଜାର ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହାଜର ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢନ୍ତୁ : ଦାନା' ଉଜାଡିଦେଲା ୬୦୦ କୋଟିର ସଂପତ୍ତି
ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ।