ଖାଲଖମାରେ ଭରା ରାସ୍ତା, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା
by Argus News
Thu, Jul 04 | 8:09 p.m.

ଅର୍ଗସ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା,ଖାଲଖମାରେ ଭରା ରାସ୍ତା ଦେଇ ସାଧାରଣ ଦିନରେ ଆତଯାତ କରିବା ମୁସ୍କିଲ ହେଉଥିବା ବେଳେ ବର୍ଷା ଦିନେ ରାସ୍ତା ଅବସ୍ଥା ନକହିବା ଭଲ। ନାଲି ମାଟିର ରାସ୍ତା ଅସରାଏ ବର୍ଷା ପରେ ଶୃଷ୍ଟି କରୁଛି ପୋଖରୀର ଭ୍ରମ। ଏ ରାସ୍ତା ହେଉଛି ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ଠାରୁ ଜଙ୍ଗଲଯୋଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ପ୍ରାୟ 5 କିଲୋମିଟର ରାସ୍ତାର ଅବସ୍ଥା ଅତି ଶୋଚନିୟ।

କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ ମାଲକାନଗିରିକୁ ଏହି ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ଉପରେ 30ରୁ ଅଧିକ ଗାଁ ଲୋକ ଯାତାୟାତ କରନ୍ତି। ମାତ୍ର ରାସ୍ତାର ସୋଚନୀୟତା ବିସୟରେ ସ୍ଥାନୀୟ ପ୍ରଶାସନ ଜାଣି ମଧ୍ୟ କିଛି ପଦକ୍ଷେପ ନେଉନି। କିଛି ବର୍ଷ ପୁର୍ବେ ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ମାତ୍ର ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ଗାଁ ଗାଁକୁ ପକ୍କା ରାସ୍ତା। ପକ୍କା ରାସ୍ତା ନାଁରେ ଅନେକ ଯୋଜନା କରି ବିଜେଡି ସରକାର ବାହାବାହି ନେଉଥିବା ବେଳେ ଏ ହେଉଛି ଉପାନ୍ତରେ ବିକାଶ ବାସ୍ତବ ଚିତ୍ର। ଏଠି ପକ୍କା ରାସ୍ତା କଣ ଭଲ ରାସ୍ତା ପାଇଁ ମଧ୍ୟ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଖାଲଖମାରେ ଭରା ନାଲି ମାଟି ରାସ୍ତା ସାଜିଛି ଆତଯାତର ମୁଖ୍ୟ ମାଧ୍ୟମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ