ମହିଳାଙ୍କ ବେକ କାଟି ସୁନା ଲୁଟି ନେଲେ ଦୁର୍ବୃତ୍ତ 
by Argus News
Fri, Jun 21 | 1:36 p.m.

ଭଦ୍ରକ: ମହିଳାଙ୍କ ବେକ କାଟି ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲା ଦୁର୍ବୃତ୍ତ । ଗୁରୁତର ମହିଳାଙ୍କୁ ପ୍ରଥମେ ବାସୁଦେବପୁର, ପରେ ଭଦ୍ରକ ଓ କଟକ ମେଡିକାଲ ରେ ପରିବାର ଲୋକ ଭର୍ତ୍ତି କରିଥିଲେ।  ହେଲେ ଆଜି ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ବାସୁଦେବପୁର ଥାନା ଶୁକଦେବପୁର ଗାଁରେ । ମୃତ ମହିଳା ସେହି ଗାଁର ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ସସ୍ମିତା ବେହେରା । ଦୀର୍ଘ ଦିନ ଧରି ରବୀନ୍ଦ୍ର ବାଙ୍ଗାଲୁରୁ ରେ ରହି କାମ କରୁଥିବାରୁ ସସ୍ମିତା ଓ ତାଙ୍କ ଝିଅଙ୍କ ସହ ସୁକଦେବପୁର ଠାରେ  ରହୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ମା ଝିଅ ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମହିଳାଙ୍କ ଗଳା କାଟି ଦେଇଥିଲେ । ଫଳରେ ମହିଳା ଜଣକ ପ୍ରାଣ ବିକଳରେ ବାହାରକୁ ଦଉଡି ପଳାଇ ଆସଥିଲେ । ଦୁର୍ବୃତ୍ତ ଜଣକ ମହିଳାଙ୍କ ଘରେ ଥିବା ସୁନା ରୁପା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇ ଫେରାର ହେଇଯାଇଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର, ଭଦ୍ରକ ପରେ କଟକ ମେଡିକାଲ ରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଆଜି ମହିଳାଙ୍କ ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଆଜିଠାରୁ ଏକମାସ
53m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି