ଟ୍ରକ୍‌ ଚାଳକକୁ ଅପହରଣ କଲେ ଲୁଟେରା, ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ
by Argus News
Thu, Jun 20 | 12:28 p.m.

ଅର୍ଗସ ବ୍ୟୁରୋ: ମାତିଛନ୍ତି ହାଇୱେ ଲୁଟେରା ।  ଟ୍ରକ ଚାଳକକୁ କଟକରୁ ଅପହରଣ କରି ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ ।  ଡ୍ରାଇଭରଙ୍କୁ ପିଟାମରା କରି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଦେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ହିସାବରେ ଆନ୍ଧ୍ରପ୍ରଦେଶରୁ ଏକ ମାଛ ଭର୍ତ୍ତି ଟ୍ରକ ମାଲଦା ଜିଲ୍ଲାକୁ ଆସୁଥିଲା। କଟକ ଜିଲ୍ଲା ମଙ୍ଗୁଳି ଟୋଲ ଗେଟ ନିକଟରେ ଟ୍ରକକୁ ପାର୍କିଂ କରି ଶୋଇ ପଡ଼ିଥିଲେ ଡ୍ରାଇଭର ଅମୀର ଖାନ । ଅମୀରଙ୍କୁ ଏକୁଟିଆ ପାଇ ପିଟାମରା କରି ଟ୍ରକ କାବୁ  କରି ନେଇଥିଲେ ଦୁର୍ବୁତ୍ତ । ଗତକାଲି ଦୁର୍ବୁତ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର୍ ଅମୀର । ଘଟଣାସ୍ଥଳରେ ବଡ଼ସାହି ଥାନା ପୋଲିସ ପହଁଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଘନ କୁହୁଡ଼ି
12m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
28m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
37m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ