ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
by Argus News
Mon, Sep 16 | 9:53 p.m.

ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ୍ ସଂଶୋଧନକୁ ନେଇ ଆଜି ସୁଦ୍ଧା JPCକୁ ଇମେଲ୍ ମାଧ୍ୟମରେ ସାରା ଦେଶରୁ 84 ଲକ୍ଷ ପ୍ରସ୍ତାବ ମିଳିଛି । ଏହାବ୍ୟତୀତ ବହୁ ସଂଖ୍ୟାରେ ଲିଖିତ ପ୍ରସ୍ତାବ ମଧ୍ୟ ମିଳିଛି । ମତାମତ ଓ ପ୍ରସ୍ତାବ ଦେବାପାଇଁ ଆଜି ଶେଷ ତାରିଖ ରହିଛି ।  

ପରବର୍ତ୍ତୀ ବୈଠକ ଗୁଡ଼ିକ ଦେଶର ବିଭିନ୍ନ ସହରରେ 26 ସେପ୍ଟେମ୍ବରରୁ 1 ଅକ୍ଟୋବର ମଧ୍ୟରେ ହେବ । ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଳୁରୁ, ଅହମ୍ମଦାବାଦ ସମେତ ବିଭିନ୍ନ ସହରରେ ଜନତାଙ୍କୁ ମତାମତ ଦେବା ପାଇଁ ଆହ୍ବାନ ଦେଇଥିଲା । ପୂର୍ବରୁ ଗତ ମାସରେ ଯୁଗ୍ମ ସଂସଦୀୟ କମିଟିର ପ୍ରଥମ ବୈଠକ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପ୍ରଥମ ବୈଠକରେ ୪୪ଟି ସଂଶୋଧନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କମିଟିରେ 21 ଲୋକସଭା ଓ 10 ରାଜ୍ୟସଭା ସଦସ୍ୟ ସାମିଲ ଅଛନ୍ତି ।

ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗ ଓ ଦାବି ପରେ ସଂଶୋଧନ ବିଲ୍ ର ପୂର୍ଣ୍ଣାଙ୍ଗ ଯାଞ୍ଚ ପାଇଁ ଜେପିସିକୁ ପଠାଇଦେଇଥିଲେ ମୋଦି ସରକାର । ୱାକଫ ବିଲ୍ ଆଇନରେ ପରିଣତ ହେଲେ ମାଫିଆଙ୍କ କବଜାରୁ ମୁକ୍ତହେବ ୱକଫ୍ ବୋର୍ଡର ଅଧିକାର ।

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ