ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ
by Argus News
Fri, Nov 03 | 12:14 p.m.

ଅର୍ଗସ ବ୍ୟୁରୋ : ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳୁଛି। କିଛିଦିନ ତଳେ ନୀଳଗିରି ବ୍ଲକରେ ଅନିୟମିତତା ଦେଖା ଦେଇଥିଲା। ଆଉ ଏବେ ରେମୁଣା ବ୍ଲକର ଦୁର୍ଗାଦେବୀ ପଞ୍ଚାୟତରେ ସମାନ ପରିସ୍ଥିତି। ପଞ୍ଚାୟତର ଜଣେ କି ଦୁଇଜଣ ନୁହଁନ୍ତି ବରଂ ୨ ଶହରୁ ଅଧିକ ଚାଷୀ ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କ ଏବଂ ଗ୍ରାମ୍ୟ ବ୍ୟାଙ୍କରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ନାମ ପଞ୍ଜିକୃତ କରିଥିଲେ।  କିନ୍ତୁ ଏଯାଏଁ ବି ଟଙ୍କାଟିଏ ପାଇ ନାହାଁନ୍ତି। ଯାହାକୁ ନେଇ ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଗତ ମାସ ୧୨ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଥିଲେ। ତା ପରେବି ସମସ୍ୟାର ସମାଧାନ ହୋଇନଥିଲା। ଫଳରେ ଚାଷୀମାନେ ଦୁର୍ଗାଦେବୀ ସେବା ସମିତି ସାମ୍ନାରେ ଧାରଣା ଦେଇଥିଲେ। ଅନ୍ୟପଟେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଅଞ୍ଚଳର ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଇଛନ୍ତି।


ସେହିପରି ପଞ୍ଚାୟତର ବହୁ ଚାଷୀ ପ୍ରଧାନମନ୍ତ୍ରୀ ଖରିଫ ଫସଲ ବୀମା ନପାଇବାରୁ ବାରମ୍ବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି। କିନ୍ତୁ ଫଳ ଶୂନ। ଅନ୍ୟପଟେ ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ନାମରେ ଖାଲି ଡିଣ୍ଡିମ ପିଟୁଛନ୍ତି। ବୀମା ଟଙ୍କା ନ ଦେଇ ଚାଷୀ ମାନଙ୍କ ପେଟରେ ଗୋଇଠା ମାରୁଛନ୍ତି।
ସେପଟେ ଅଭିଯୋଗ ହୋଇଥିବା ସମବାୟ ସମିତିର ସେକ୍ରେଟାରୀ କହିଛନ୍ତି ଚାଷୀ ମାନଙ୍କର ଆଧାର କାର୍ଡ ରେ ଭୁଲ ଥିବାରୁ ଏମିତି ହୋଇଛି।ମୋ ପାଖରେ କୌଣସି ତଥ୍ୟ ନାହିଁ। ତଦନ୍ତ କରାଗଲେ ସଠିକ୍ ଖବର ମିଳିବ।


ଅଧିକ ପଢନ୍ତୁ ଓଡିଶା ଖବର...
 

ପ୍ଲାଣ୍ଟରେ ବିସ୍ଫୋରଣ
21m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
36m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍