ଖାଇବା ମାଗିବାରୁ ଜନ୍ମ କଲା ମାଆକୁ ଘୋଷାଡ଼ି ମାରିଲା ପୁଅ
by Argus News
Wed, Jul 10 | 8:13 a.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଖାଇବାକୁ ମାଗିବାରୁ ଜନ୍ମ କଲା ବୃଦ୍ଧା ମାଆକୁ ଘୋଷାଡି ମାରିଲା ଚାକିରିଆ ପୁଅ। ମାଆ ପାଞ୍ଚାଳୀ ସେନାପତି ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଅ ଅନ୍ତର୍ଯ୍ୟାମୀ ସେନାପତି ଯିଏକି ମୁକ୍ତାପଶି ଫରେଷ୍ଟ ସେକ୍ସନରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ଭାବେ କାର୍ଯ୍ୟରତ ସେ ଦୀର୍ଘଦିନ ହେବ ବୃଦ୍ଧ ପିତା ମାତାଙ୍କୁ ନିର୍ଯାତନା ଦେଇ ଆସୁଥିବା ଜଣାପଡିଛି। ଏଥିରେ ସାନ ଭାଇ ଅଚ୍ୟୁତାନନ୍ଦ ସେନାପତି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। 

ଏପରିକି ଟାଙ୍ଗିଆ ଧରି ହାଣିବାକୁ ଗୋଡ଼ାଇ ଥିଲେ। ଫଳରେ ସାନ ଭାଇ ଅଚ୍ୟୁତ ଘର କବାଟ ଦେଇ ଘର ଭିତରେ ରହି ଯାଇଥିଲେ। ଏବଂ ପୋଲିସକୁ ଫୋନ ଯୋଗେ ଖବର ଦେଇଥିଲେ। ଯାହାକୁ ନେଇ ପୋଲିସ ଆସିବା ପରେ ଘର ଭିତରୁ ଅଚ୍ୟୁତ ଉଦ୍ଧାର ପାଇଥିଲେ। ଏବଂ ମାଆ ପାଞ୍ଚାଳୀଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ତେବେ ପାଞ୍ଚାଳୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏ ନେଇ ଅନ୍ତର୍ଯ୍ୟାମୀଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଘଟଣାଟିର ତଦନ୍ତ ଆରମ୍ଭ କରି ଦେଇଛି କାମାକ୍ଷାନଗର ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା