ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ
by Argus News
Sun, Dec 03 | 1:46 p.m.

ନୂଆଦିଲ୍ଲୀ:  ଲଢୁଆ ବିମାନ  ତେଜସରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ପରିଦର୍ଶନ କରିବା ଅବସରରେ ତେଜସରେ ଉଡାଣ ଭରିଥିଲେ ମୋଦି।  ତେସନ ବିମାନର ନିର୍ମାଣ ଭାରତରେ ହୋଇଛି।  ତେବେ ଗୋଟିଏ ଅର୍ଥରେ କହିବାକୁ ଗଲେ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ତେଜସ । ଉଡ଼ାଣ ପରେ ମୋଦି କହିଥିଲେ ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ  ମୋର ପୂର୍ଣ୍ଣ  ବିଶ୍ୱାସ ରହିଛି। ।  ଏଥିସହିତ ହାଲ୍,  ଡିଆରଡିଓ ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।  ସୋସିଆଲ ମିଡିଆ ଏକ୍ସରେ  ଏକ ପୋଷ୍ଟରେ  ମୋଦି ଉଲ୍ଲେଖ କରିଛନ୍ତି ଯେ,  ତେଜସରେ ଉଡାଣ ଭରିକି ଗର୍ବର ସହ  କହିପାରିବି ଯେ ଆମର କେଟ ଆଉ ନିଷ୍ଠା କାରଣରୁ ଆତ୍ମନିର୍ଭର କ୍ଷେତ୍ରରେ ଆମେ ଦୁନିଆର କାହାଠାରୁ କମ୍ ନୁହଁ। 

ଏଥିସହିତ  ଭାରତୀୟ ବାୟୁସେନା, DRDO ଏବଂ HAL ଏବଂ ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ  ଜଣାଇଛନ୍ତି ମୋଦି।  ତେବେ ଟୁ-ସିଟର ତେଜସ ହେଉଛି ସିଙ୍ଗଲ ଇଞ୍ଜନ  ଲଡାଖୁ ବିମାନ।  ଯାହାର ଓଜନ ୬ହଜାର ୫ ଶହ କିଲୋଗ୍ରାମ।  ଏହି ବିମାନ ଛୋଟ ରନଓ୍ୱରୁ ମଧ୍ୟ ଟେକ୍‌ ଅଫ କରିପାରିବ ।   ୬ ପ୍ରକାର ମିଶାଇଲ,  ଲେଜର ଗାଇଡେଡ ବମ୍‌ ଏବ କଲଷ୍ଟର ହତିୟାର ଏଥିରେ  ଲଗାଯାଇପାରିବ।  ଏକାଥରକେ  ୩୦୦୦ କିଲୋମିଟର ପ୍ରର୍ଯ୍ୟନ୍ତ  ଉଡାଣ ଭରିପାରିବ ତେଜସ।  ବାୟୁସେନା ଓ ନୌସେନା ଦ୍ବାରା ତେଜସ ପରିଚାଳିତ ହୋଇଥାଏ।  ତେବେ ସେହିପରି  ଚଳିତ ବର୍ଷ ପ୍ରାରମ୍ଭରେ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ବିମାନରେ ଉଡାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
 ଅଧିକ ଦେଖନ୍ତୁ : 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ