ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ମିଛ ପ୍ରଚାର
by Argus News
Sun, Mar 24 | 6:43 p.m.

ଅର୍ଗସ ବ୍ୟୁରୋ: ପୁଣି ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ମିଛ ପ୍ରଚାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭଣ୍ଡା ପଂଚାୟତରେ ଧରାପଡିଛି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଥ୍ୟା ପ୍ରଚାର । ପଞ୍ଚାୟତର ଚିତ୍ରମଣି ମହାରଣା ନାମକ ମହିଳା ସଂପୂର୍ଣ୍ଣ ସୁସ୍ଥ ଥିବାବେଳେ, BSKY କାର୍ଡରେ ହାର୍ଟ ପ୍ରତିରୋପଣରେ ୫ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଥିବା ଦର୍ଶାଯାଇଛି ।

ସବୁଠୁ ବଡ଼ କଥା ହେଲା, ବିଜ୍ଞାପନରେ ଚିତ୍ରମଣି ମହାରଣାଙ୍କ ଫଟୋ ଲାଗିଥିଲାବେଳେ ତାଙ୍କ ନାଁ ଯାଇମଣି ମହାରଣା ଛପାଯାଇଛି । ତେବେ ଏଭଳି ମିଛ ପ୍ରଚାରକୁ ନେଇ ଚିତ୍ରମଣିଙ୍କ ପରିବାର ଉଦବେଗ ପ୍ରକାଶ କରିବା ସହ ମାନାହାନି ମାମଲା କରିବେ ବୋଲି କହିଛନ୍ତି । ସେପଟେ ଶୀଘ୍ର ସଂଶୋଧନ ହେବା ନେଇ ସଫେଇ ଦେଇଛନ୍ତି ଚମ୍ପୁଆ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ତାମିଲନାଡ଼ୁ
10m ago
ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ
ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆ
ମ୍ୟାଚ ହାରିବା ପରେ
24m ago
ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି
ଆସନ୍ତାକାଲି
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର