ବାତ୍ୟା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ
by Argus News
Sun, Oct 27 | 12:40 p.m.

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ରେମୁଣା, ବାଲିଆପାଳ ଓ ବସ୍ତାର ହଜାର ହଜାର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ପାଚିଲା ଧାନ କିଆରୀରେ ଲହରୀ ମାରୁଛି ଉଛୁଳା ପାଣି । ପାଣିରେ ଭାସୁଛି ବର୍ଷଟା ଯାକର ଭରସା । ଏବେ ସରକାରଙ୍କ ଉପରେ ଅନେକ ଆଶା । ବିଜେପି ସରକାରଙ୍କଠାରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବ । ଯାହାକୁ ଚାହିଁ ରହିଛନ୍ତି ଚାଷୀ । ସେପଟେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସୁବର୍ଣ୍ଣରେଖା, କାଂସବାଂଶ, ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢୁଛି । ବିପଦ ସଂକୁଳ ଟପିଲା କାଂଶବାଂଶ ଜଳସ୍ତର । ଯାହାକୁ ନେଇ ନଈ କୂଳିଆ ଲୋକେ ଛାନିଆ । ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀ କୂଳିଆ ଲୋକେ ଏହି ବନ୍ୟାଜଳକୁ ନେଇ ବେଶ ଚିନ୍ତିତ । କାଂଶବାଂଶ ନଦୀର ଜଳସ୍ତର ୭.୫୦ ମିଟରରେ ବିପଦ ଶଙ୍କୁଳ ଛୁଉଁଥିବା ବେଳେ, ଆଜି ସକାଳ ସୁଦ୍ଧା ନଦୀର ଜଳ ବଢି ୭. ୮୬ ମିଟରରେ ପହଂଚିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ