ସାମ୍ନାକୁ ଆସିଲା ହିମାଂଶୁର ମନଗଢା କାହାଣୀ, ମିଛକହି ଲୋକଙ୍କୁ ଠକୁଥିଲା ହିମାଂଶୁ
by Argus News
Mon, Sep 30 | 3:46 p.m.

ଅର୍ଗସ ବ୍ୟୁରୋ : ଅନଲାଇନ ଗେମ ଖେଳି ୯୬ ଲକ୍ଷ ହରାଇ ଥିବା ହିମାଂଶୁଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ । ସମସ୍ତେ ତାଙ୍କୁ ସହାନୁଭୂତି ଦେଖାଇ ତାଙ୍କର ରହିବା ପଢିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନଲାଇନ ଗେମକୁ ଫ୍ରଡ ବୋଲି କହୁଥିବା ଏହି ହିମାଂଶୁ ମିଶ୍ର ନିଜେ ଜଣେ ଫ୍ରଡ ବୋଲି ଜଣାପଡିଛି ।ତଦନ୍ତରୁ ଯାହା ଜଣା ପଡିଛି,ହିମାଂଶୁ ଲଗାତାର ଲୋକଙ୍କୁ ନିଜର ଇମୋସନାଲ କଥା କହି ଠକିବାରେ ଲାଗିଛି ।   ନିଜକୁ ବିହାରର ବୋଲି କହୁଥିବା ହିମାଂଶୁର ପ୍ରକୃତ ଘର ହେଉଛି ଉତ୍ତରପ୍ରଦେଶର କାନପୁର । ସେଠାରେ ସେ ପେନ ବିକିବା କାମ କରୁଥିଲେ । ଘର ସହ ତାଙ୍କର କୌଣସି ସମ୍ପର୍କ ହିଁ ନଥିଲା ।

ଅଧିକ ପଢନ୍ତୁ : ଅନଲାଇନ ଗେମ ହେଲା କାଳ, ଚାଲିଗଲା ୧୭ ବର୍ଷୀୟ ଛାତ୍ରର ଜୀବନ

ସେ କେବଳ ମନଗଢା କାହାଣୀ କହି ଲୋକଙ୍କୁ ଭାବୁକ କରୁଥିଲେ । ଯେଉଁଥିପାଇଁ କିଛି ଲୋକ ତାଙ୍କର ରହିବା ବ୍ୟବସ୍ଥା କରିବା ସହ ତାଙ୍କର କୋଚିଙ୍ଗ ବ୍ୟବସ୍ଥା ମଧ୍ୟ କରିଥିଲେ । ଯେଉଁମାନଙ୍କ ଠାରୁ ସେ ଟଙ୍କା କରଜ କରିଥିବା କଥା କହିଥିଲେ, ସେମାନେ ଏହାକୁ ମିଛ ବୋଲି ବୋଲି କହିଥିଲେ । ଅନଲାଇନ ଗେମ ନିଶ୍ଚିତ ଭାବରେ ଫ୍ରଡ ଏବଂ ଏହା ବ୍ୟାନ ହେବା ଦରକାର, ହେଲେ ଇମୋସନାଲ କଥା କହି ଲୋକଙ୍କ ଠାରୁ ସାହାଯ୍ୟ ପାଇବା ଆଦୌ ଏକ ଭଲ ମାଧ୍ୟମ ନୁହେଁ । 

ବସ୍
3m ago
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ
ସଞ୍ଜୟ ନାୟକ
26m ago
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବ
ସୁପ୍ରିମକୋର୍ଟ
53m ago
ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦି