କୋଟା କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
by Argus News
Wed, Nov 22 | 1:12 p.m.

ଅର୍ଗସ ବ୍ୟୁରୋ : କୋଟା କୋଚିଂ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ସୁପ୍ରିମକୋର୍ଟ ମନ୍ତବ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ  ଛାତ୍ର ଆତ୍ମହତ୍ୟା ପାଇଁ କୋଟା କୋଚିଂ ପ୍ରତିଷ୍ଠାନ ଦାୟୀ ନୁହେଁ ବରଂ ପିତାମାତାଙ୍କ ଚାପ ହିଁ ଛାତ୍ର ଆତ୍ମହତ୍ୟାର କାରଣ। ତେବେ ଆମେ ସମସ୍ତେ ଯାଣିଛେ କି ଦିନକୁ ଦିନ ବଢିବାରେ ଲାଗିଛି କୋଟାରେ ଛାତ୍ର ଆତ୍ମହତ୍ୟା ।ଜାତୀୟ ସ୍ତରର ପ୍ରତିଯୋଗିତାମୂଳକ କୋଚିଂ ପାଇଁ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର କୋଟାରେ ଏବେ ଲଗାତର ଛାତ୍ର ଆତ୍ମହତ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ହଷ୍ଟେଲ ମାଲିକ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ। 

JEE ଓ NEET ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଓ ସରକାରୀ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସିଥାଆନ୍ତି । ଅତ୍ୟଧିକ ଛାତ୍ର ଆତ୍ମହତ୍ୟା ହେବା ଯୋଗୁ ଏହି କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ନେଇ ଦାବି ହୋଇଥିଲା। କିନ୍ତୁ ଏକ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କୋଟା କୋଚିଂ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି ଏବଂ ପିତାମାତାଙ୍କ ଉପରେ ମଧ୍ୟ ଦୃଢ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାଜସ୍ଥାନର କୋଟାଠାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କୋଚିଂ ପ୍ରତିଷ୍ଠାନକୁ ଦାୟୀ କରିବା ଠିକ୍ ନୁହେଁ କାରଣ ପିତାମାତାଙ୍କ ଆଶା ମଧ୍ୟ ପିଲାମାନଙ୍କୁ ଜୀବନ ଶେଷ କରିବାକୁ ବାଧ୍ୟ କରୁଛି।

ଦିନକୁ ଦିନ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା କଷ୍ଟ ହୋଇ ହୋଇ ଯାଉଛି । ଯାହା ଫଳରେ ପିଲାମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେଉଛି। ଏବଂ ପିତାମାତାଙ୍କ ଆଶା ସେମାନଙ୍କ ଉପରେ ଯଥେଷ୍ଟ ଚାପ ପକାଉଛି।  ଯାହାଦ୍ବାରା ଏହି ପରୀକ୍ଷାରେ ପିଲାମାନେ ଅଧା ମାର୍କ କିମ୍ବା ଗୋଟିଏ ମାର୍କ ଦ୍ୱାରା ବିଫଳ ହୋଇଯାଉଛନ୍ତି। ଯାହାଦ୍ବାରା ପିଲାମାନେ ସେମାନଙ୍କ ପିତାମାତାଙ୍କର ଆଶା ପୂରଣ କରିପାରୁନାହାନ୍ତି ଭାବି ଆତ୍ମହତ୍ୟା କରୁଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ କୋଟାରେ 24 ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର...


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ