ଆଜି ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲା ନେଇ ଶୁଣାଣି
by Argus News
Thu, Jul 11 | 12:37 p.m.

ଅର୍ଗସ ବ୍ୟୁରୋ : ନିଟ୍ ୟୁଜି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସିଜେଆଇ ଡି ୱାଇ ଚନ୍ଦ୍ରଚୁଡ଼,ଜଷ୍ଟିସ ଜେ ବି ପାରଦୀୱାଲ ଏବଂ ଜଷ୍ଟିସ ମନୋଜ ମିଶ୍ରା ଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରିବେ । ପୂର୍ବରୁ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ପୁନଃ ପରୀକ୍ଷା ନହେବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ନିଟ୍-ୟୁଜି ପରୀକ୍ଷାର ତଥ୍ୟ ଅନୁଧ୍ୟାନ ପରେ ସରକାର ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ ନିଜ ସତ୍ୟପାଠରେ ଯୋଡ଼ିଛନ୍ତି ।

ଅଧିକ ପଢନ୍ତୁ : ଅଗଷ୍ଟ ୧୧ରେ NEET-PG ପରୀକ୍ଷା

ଯେଉଁଥିରେ କୁହାଯାଇଛି ଯେ “ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ “। ସରକାର କହିଛନ୍ତି ଯେ ତଥ୍ୟ ବିଶ୍ଳେଷଣରେ କୌଣସି ବଡ଼ ଧରଣର ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ। ତେଣୁ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସରକାର ସମର୍ଥନ କରୁନାହାନ୍ତି ବୋଲି କୁହାଯାଉଛି। ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ଆରମ୍ଭ ହେବ। ଏହି ମାମଲାରେ ଏନଟିଏ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି।

ମାଓ ପ୍ରବଣ ଅଞ୍ଚଳରେ
18m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ