ବିନା ମୂର୍ତ୍ତିରେ ଖମ୍ବରେ  ପୂଜା ପାଉଛନ୍ତି ମା'  
by Argus News
Mon, Oct 07 | 5:24 p.m.

କଳାହାଣ୍ଡି:  ବିନା ମୂର୍ତ୍ତିରେ ପୂଜା ପାଉଛନ୍ତି ମାଆ । ସିଏ ପୁଣି ଖମ୍ବରେ । ପ୍ରତିବର୍ଷ ନୂଆ ମୁଣ୍ଡ ଲାଗେ, ଗୁପ୍ତରେ ମାଆଙ୍କୁ ପୂଜା କରାଯାଏ । ଆଶ୍ଚର୍ଯ୍ୟକର କଥା ହେଲା, ମାଆ ମାଣିକେଶ୍ଵରୀଙ୍କ ପୂଜା ବେଳେ ଖମ୍ବ ଉପରେ ଆସି ବସନ୍ତି ଦୁଇଟି ପାରା । ଯାହା ସମସ୍ତଙ୍କୁ ଅଭୂତ ଘଟଣା ବୋଲି ଭାବିବାକୁ ବାଧ୍ୟ କରେ । ସେପଟେ ପୁଣି ଆମ୍ବ ଗଛରୁ ଅସରନ୍ତି ଭାବରେ ବାହାରେ କ୍ଷୀର । ଦିନେ କି ଅଧେ ନୁହେଁ ବରଂ ବର୍ଷବର୍ଷ ଧରି କ୍ଷୀର ବାହାରୁଛି । କେମିତି ବାହାରୁଛି ? କାହିଁକି ବାହାରୁଛି ତାହା କାହାକୁ ବି ଜଣାନାହିଁ ।   ଦୁନିଆ ଯେତିକି ବିଚିତ୍ର, ଆମ ପରମ୍ପରା ବି ସେତିକି ବିଚିତ୍ର । ହେଲେ ଆମ ପାରିପାର୍ଶ୍ଵରେ କିଛି ଏମିତି ଘଟଣା ଘଟେ ଯାହା ଆମକୁ ଭାବିବା ଲାଗି ବାଧ୍ୟ କରେ । କିଏ କିଏ ଏହାକୁ ଅନ୍ଧ ବିଶ୍ଵାସର କୁହନ୍ତି ତ ଆଉ କିଏ ବିଶ୍ଵାସର କଥା କହେ । 

ମା'ଙ୍କର ନାହିଁ ମସ୍ତକ..  ନା ଅଛି ତାଙ୍କର କୌଣସି ମୂର୍ତ୍ତି ନା ଆଉ କିଛି । କେବଳ ଖମ୍ବରେ ପୂଜା ପାଉଛନ୍ତି ମାଆ ମାଣିକେଶ୍ଵରୀ ।  କିନ୍ତୁ ପ୍ରତ୍ୟେକ ବର୍ଷ ମାଆଙ୍କୁ ନୂଆ ମୁଣ୍ଡ ଲାଗି ହୁଏ । ଗୁପ୍ତରେ ପୂଜା ପାଆନ୍ତି ମାଆ ।  କଳାହାଣ୍ଡିର ଭବାନୀପାଟଣରେ ଅବସ୍ଥିତି ମାଆ ମାଣୀକେଶ୍ୱରୀଙ୍କ ଭବ୍ୟ ମନ୍ଦିର । ନାଗବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ମାଆଙ୍କ ମନ୍ଦିର । ମାଆ ମାଣୀକେଣଶ୍ୱରୀଙ୍କ ପ୍ରସିଦ୍ଧ ଯାତ୍ରା ହେଉଛି ଛତର ଯାତ୍ରା। ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହେବା ସହ ମାଆଙ୍କୁ  ପଶୁ ପକ୍ଷୀ ବଳି ଦିଆଯିବାର ପରମ୍ପରା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ମାଆ ଏକ ଖମ୍ବରେ ନାଲି ଓଢଣୀ  ଘୋଡାଇ ହୋଇ ଆସନ୍ତି । ଆଉ ମାଆଙ୍କ ଖମ୍ବର ଅଗ୍ର ଭାଗରେ ବସିଥାନ୍ତି ଦୁଇଟି ପାରା।  


ପ୍ରତିବର୍ଷ ଛତର ଯାତ୍ରାରେ ଏହି  ପାରାଙ୍କୁ ମାଆ ମାଣୀକେଶ୍ୱରୀଙ୍କ ସହ ଦେଖିବାକୁ ମିଳିଥାଏ । ଏମାନେ କେବଳ ଖମ୍ବରେ ବସନ୍ତି ତାହା ନୁହେଁ ବରଂ ମାଆଙ୍କ ଯାତ୍ରାରେ ଭକ୍ତଙ୍କ ସହ ବୁଲନ୍ତି । 
କୁହାଯାଏ  ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ମାଆଙ୍କ ମନ୍ଦିରରେ ପାରା ଛାଡିଥାନ୍ତି ଭକ୍ତ । ଆଉ ସେହି ପାରା ମାନେ ମାଆଙ୍କ ସହ ଛତର ଯାତ୍ରା କରନ୍ତି । ଭକ୍ତ ମାଆଙ୍କ ପାଖରେ ଶାନ୍ତିର ପ୍ରତୀକ ପାରାକୁ ଉଡାନ୍ତି, ଦୁଃଖ ଜଣାଇ ମାଆଙ୍କୁ କହନ୍ତି , ମାଆ ଲୋ... ମୋ ପରିବାରକୁ ଶାନ୍ତି ଫେରିଆସୁ । ପାରା ମଧ୍ୟ ମା ଙ୍କ ପଣତକାନିର ଆଶରା କରିଥାଏ ।  ଇଏ ତ ଥିଲା, ମାଆ ମାଣୀକେଶ୍ଵରୀଙ୍କର କଥା । ଏବେ ଆସନ୍ତୁ ଜାଣିବା ଆମ୍ବ ଗଛରୁ କେମିତି କ୍ଷୀର ବାହାରୁଛି । ଇଏ ହେଉଛି ସେହି ରହସ୍ୟମୟୀ ଆମ୍ବ ଗଛ ।  ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଏହି ଗଛ । କାରଣ ଅନବରତ ଏହି ଗଛରୁ ଝରୁଛି କ୍ଷୀର । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଏକଡାଳିଆ ଗାଁରେ ।

ଯୋଗମାୟା ମନ୍ଦିର ପାଖରେ ଥିବା ବହୁ ବର୍ଷର ଏହି  ଆମ୍ବ  ଗଛରୁ କ୍ଷୀର ବାହାରୁଛି । ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଜମିବା ସହିତ ଧୂପ ଦୀପ ଦେଇ ପୂଜାର୍ଚ୍ଚନା  କରୁଛନ୍ତି । କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ୟ ବୋଲି କହୁଥିବା ବେଳେ କେହି କେହି ଚମତ୍କାର କହୁଛନ୍ତି । 
ଅଧିକ ଦେଖନ୍ତୁ : 

T-20 କ୍ରିକେଟରେ
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋର
ଗୋରୁ ଚାଲାଣ
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତ
ଗ୍ରାହକଙ୍କୁ ଝଟକା
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ