ସାରା ଓଡ଼ିଆରେ ମୋଦି ଲହର ଜୋରଦାର
by Argus News
Fri, May 10 | 7:21 p.m.

ଭୁବନେଶ୍ୱର:  ଦୁଇ ତୃତୀୟାଂଶ ଆସନ ଜିତିବାର ଦମ୍ଭ ଦେଖାଉଥିବା ବିଜେଡି ଅସହିଷ୍ଣୁ କାହିଁକି । ରାଜ୍ୟ ସାରା ଶାସକ ଦଳର ବିଜେପି ପୋଷ୍ଟର ଚିରା ଅଭିଯାନ । ଟିଟିଲାଗଡ଼ରେ ସାମ୍ନାକୁ ଆସିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀର ଆତଙ୍କରାଜ୍ । ବିଜେଡିର ବେଆଇନ କାମକୁ ଆଖି ବୁଜି ଦେଇଛି କି ପୋଲିସ ପ୍ରଶାସନ । ସାରା ରାଜ୍ୟରେ ଜୋରଦାର ନିର୍ବାଚନ ପ୍ରଚାର । ଗାଁରୁ ସହର ଛାଇ ଯାଇଛି ପୋଷ୍ଟର ବ୍ୟାନର । କିନ୍ତୁ ଏତିକି ବେଳେ ସାମ୍ନାକୁ ଆସୁଛି ଶାସକ ଦଳର ଛାନିଆ ରୂପ । ଏ ଦୃଶ୍ୟ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ସଇଁତଲା କଂସର ପଞ୍ଚାୟତ ଭୁସକିପାଲି ଗାଁର । ଏଠି ହାରିବା ଭୟରେ ପୋଷ୍ଟର ବ୍ୟାନର ଚିରୁଛନ୍ତି ବିଜେଡି ଗୁଣ୍ଡା । ଲଗାତାର ତିନିଥର ବିଜୟୀ ହୋଇ ଦୁଇଥର ମନ୍ତ୍ରୀ ହୋଇଥିବା ଟୁକୁନି ସାହୁ ଏଥର ବି ଟିଟିଲାଗଡ଼ରୁ ବିଜେଡି ପ୍ରାର୍ଥୀ। କିନ୍ତୁ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ନୂଆ ଚେହେରା ନବୀନ ଜୈନ । ପୁରା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଛନ୍ତି ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀ । ହାରିବା ଭୟରେ ବୁଲି ବୁଲି ବିଜେପି ପାର୍ଥୀ ନବୀନ ଜୈନଙ୍କ ପୋଷ୍ଟର ଚିରୁଛନ୍ତି। ଅନ୍ୟପଟେ ଗାଁ ଲୋକେ ଏହାକୁ ବିରୋଧ କରିବାରୁ ବିଜେଡି ଗୁଣ୍ଡା ମାରପିଟ୍ କରୁଛନ୍ତି, ଦେଉଛନ୍ତି ହତ୍ୟା ଧମକ। ପୋଷ୍ଟର ଚିରା ଘଟଣା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବ ବିଜେପି। 

ଇଏ କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ମେଡିକାଲ ନିକଟର ଦୃଶ୍ୟ। ଏଠି ଲାଗିଥିବା ମୋଦିଙ୍କ ପୋଷ୍ଟର ଉପରେ ପଲିଥିନ ପକାଇ ଘୋଡ଼ାଇ ଦିଆଯାଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ନବରଙ୍ଗପୁର ଓ ରାଉରକେଲାରୁ ବି ସାମ୍ନାକୁ ଆସିଛି ବିଜେପି ପୋଷ୍ଟର ଚିରା ଦୃଶ୍ୟ । ଏହାକୁ କଡ଼ା ବିରୋଧ ଓ ନିନ୍ଦା କରିଛନ୍ତି ବିଜେପି ନେତା ଓ କର୍ମୀ। 
 ସାରା ଦେଶ ଭଳି ଏବେ ଓଡ଼ିଶାରେ ବି ମୋଦି ଲହର ଜୋରଦାର। ଆଶାତୀତ ଭାବେ ବଢୁଛି ବିଜେପିର ଶକ୍ତି। ଯାହାକୁ ନେଇ ଅସହିଷ୍ଣୁ ହୋଇପଡ଼ିଛି ବିଜେଡି। ଔଷଧ ବିକଳରେ ତାଟିଆ କାମୁଡୁଛି । ଶାସକ ଦଳ ପାଖରେ ପୋଲିସ ବଳ ଅଛି। ଏଣୁ ପୋଲିସ ବିଜେଡିର ସବୁ ବେଆଇନ କାମ ପ୍ରତି ଆଖି ବୁଜି ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍