ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ 
by Argus News
Thu, Oct 17 | 7:47 p.m.

ଭୁବନେଶ୍ୱର:  ରାତିରେ ପ୍ରେମିକା ସହ ହୋଇଥିଲା ଝଗଡ଼ା । ଧମକ ଦେଇଥିଲେ ଗାର୍ଲଫ୍ରେଣ୍ଡଙ୍କ ମା । ଅସହ୍ୟ ହେଲା ନିର୍ଯାତନା । ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ । ଆଜି ସରକନ୍ତରା ବାହାଦଲପୁର ରେଲୱେ କ୍ରସିଙ୍ଗ ନିକଟରେ ମିଳିଲା ଯୁବକଙ୍କ ମୃତଦେହ । ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ଜିଆରପି ପୋଲିସ |
ମୃତକ ହେଉଛନ୍ତି ଡୁମଡୁମା ଅଞ୍ଚଳର ନିରଞ୍ଜନ ସାହୁ ବୋଲି ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଘଟଣ ଘଟିଛି । ଗାର୍ଲଫ୍ରେଣ୍ଡଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ପରେ ଗାର୍ଲଫ୍ରେଣ୍ଡଙ୍କ ପରିବାର ଲୋକ ଆସି ନିରଞ୍ଜନଙ୍କ ଘର ସାମ୍ନାରେ ଝଗଡ଼ା କରିଥିଲେ ।

ଏହା ସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏଥିରେ ଚିନ୍ତିତ ହୋଇ ନିରଞ୍ଜନ ଘରୁ ପଳାଇ ଥିଲେ । ତେବେ ନିରଞ୍ଜନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ସରକନ୍ତରା ବାହାଦଲପୁର ରେଲୱେ କ୍ରସିଙ୍ଗ ନିକଟରେ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ନିରଞ୍ଜନଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଅନ୍ୟପଟେ ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

OSSSC
10m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
11m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
12m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ