ଅଭିଶପ୍ତ ଜୀବନ ବିତାଉଛନ୍ତି ଆଦିବାସୀ
by Argus News
Tue, Mar 12 | 6:25 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶାର ଆଦିମ ଆଦିବାସୀଙ୍କୁ ଅଣଦେଖା। ମୌଳିକ ସୁବିଧା ବିନା ଦୁର୍ଦ୍ଦିନରେ ମାଙ୍କିଡ଼ିଆ, ଖଡିଆ ପରିବାର। ମୟୁରଭଞ୍ଜ କରଞ୍ଜିଆ ବ୍ଲକ ପାଟିବିଲ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଖଡିଆ, ମାଙ୍କଡ଼ିଆଙ୍କୁ ଥଇଥାନ କରାଯାଇଥିଲା। ଶିମିଳିପାଳ ଘଞ୍ଚ ଜଙ୍ଗଲ ଭିତରୁ ପ୍ରତିଶୃତି ଦେଇ ଖଡିଆ, ମାଙ୍କଡ଼ିଆ ଙ୍କୁ ବାହାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦୁମୁଣ୍ଡି ଠାରେ ଖଡିଆ କଲୋନୀରେ 32ପରିବାରଙ୍କୁ  ଥଇଥାନ କରାଯାଇଥିଲା। ମାତ୍ର  କିଛିବର୍ଷ ସହାୟତା ପରେ ପ୍ରଶାସନ ଭୁଲି ଗଲା ପ୍ରତିଶୃତି।

ଖଡିଆ କଲୋନୀରେ ରୁହନ୍ତି 32ପରିବାର। ଦୀର୍ଘ ବର୍ଷ ହେବ କଲୋନୀରେ ସରକାର ଙ୍କ ତରଫରୁ ଆଜେଷବେଷ୍ଟର  ଘର ଦିଆଯାଇଥିଲା, ଯାହାକି ଏବେ ପ୍ରାୟ ଭାଙ୍ଗି ଗଲାଣି, କଲୋନି ଭିତର ରାସ୍ତା ନଷ୍ଟ ହୋଇଯାଇଛି,  କଲୋନୀରେ ପାନୀୟ ଜଳର ମଧ୍ୟ୍ ସମସ୍ୟା ରହିଛି, ଗୋଟିଏ ଗଭୀର ନଳକୂପ ସେ ବି ଦୀର୍ଘ ବର୍ଷ ହେବ ନଷ୍ଟ ହୋଇଯାଇଛି, କେନ୍ଦୁମୁଣ୍ଡି  ନିକଟ ହାଟ ପଡିଆରେ ଏକ ବସୁଧା ଯୋଜନାରେ ସମସ୍ତଙ୍କ ପାଇଁ ପିଇବା ପାଣି ପାଇବା ପାଇଁ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଛି ହେଲେ ଆସୁନି ପାଣି ।

ସରକାର ସିନା ଜଙ୍ଗଲରୁ ଆଣି କଲୋନୀରେ ରଖିଲେ ହେଲେ ରୋଜଗାରର ବ୍ୟବସ୍ଥା କଲେନି, ଯେଉଁ ଘର ଦେଲେ ସେ ଜାଗାରେ ରହୁଥିବା ଲୋକଙ୍କ ନାମରେ ଜାଗାର ପଟା କଲେନି, ଲୋକଙ୍କ ନାମରେ ପଟା ନଥିବାରୁ ଛୁଆଙ୍କ ପାଠ ପଢାଇବାରେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏବେ ସହାୟତା ଭାବେ ମିଳୁଛି କେବଳ ଚାଉଳ। ଦୁର୍ଦଶାରେ ଖଡିଆ, ମାଙ୍କଡ଼ିଆ ବସ୍ତି। ଅଭିଶପ୍ତ ଜୀବନ ବିତାଉଛନ୍ତି ଖଡିଆ କଲୋନୀରେ 32ପରିବାର। ଏପଟେ ପ୍ରଶାସନ କେବଳ ଥଇଥାନ କରି ଦେଇ ଖୁସି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ରସନ୍ନ ଆଚାର୍ଯ୍ୟ
3m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ
ସରକାରର ବିଫଳତା
13m ago
ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ। ପଦାରେ ପଡ଼ିଛି 25 ବର୍ଷ ସରକାରର ବିଫଳତା ଚିତ୍ର। ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ
ପ୍ରତିରକ୍ଷା ମନ୍ତ୍ରୀ
27m ago
କଂଗ୍ରେସ ଓ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଦିନ ତମାମ ବିଜେପି ତୁଙ୍ଗ ନେତାଙ୍କ ହଲ୍ଲାବୋଲ୍। ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ଜୋର। ରେଢାଖୋଲ, ପାଟଣା, ଖୋର୍ଦ୍ଧାରେ ରାଜନାଥ ସିଂଙ୍