ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ଦିଆଯିବ ପ୍ରଶିକ୍ଷଣ
by Argus News
Fri, Mar 01 | 3:19 p.m.

ଅର୍ଗସ ବ୍ୟୁରୋ : ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଅଧିକ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଶୁକ୍ରବାର ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଅଧୀନ ଏନଏସଡିସି ଓ ବଜାଜ ଫିନସର୍ଭର ମିଳିତ ବୁଝାମଣାରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଓଡିସର୍ଭର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ପରାମର୍ଶ ହେଉଛି । ରୋଜଗାରକ୍ଷମ କରିବା ପାଇଁ କେବଳ ଡିଗ୍ରୀ ପର୍ଯ୍ୟାପ୍ତ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ଓ ଦକ୍ଷତା ବଢାଇବା ପାଇଁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଡିଗ୍ରୀ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦକ୍ଷତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସମାଜର ନୂଆପିଢି ବିଶେଷତଃ ଗ୍ରାଜୁଏସନ କରୁଥିବା ସାଧାରଣ ଘରର ପିଲାମାନଙ୍କ ଦକ୍ଷତା ବଢିବା ଦରକାର । ସେହି ପରିପ୍ରେକ୍ଷୀରେ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମାକ୍ଷେତ୍ରରେ ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ଦେଶର ଅଗ୍ରଣୀ ଫାଇନାନ୍ସ କମ୍ପାନୀ ବଜାଜ୍ ଫିନସର୍ଭ ଓ ଏନଏସଡିସି ମଧ୍ୟରେ ବୁଝାମଣା ହେବା ଖୁସିର ବିଷୟ । ଏହି ଆର୍ଥିକ ସେବା ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶାର ଯୁବଶକ୍ତିଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବ । ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଚାରୀଙ୍କୁ ପ୍ରସ୍ତୁତ କରିବ ।

ଆଜି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କିଂ, ଫାଇନାନ୍ସ, ବୀମା କ୍ଷେତ୍ରରେ ରୋଜଗାରକ୍ଷମ ହେବା ପାଇଁ ଏନଏସିଡିସିର ସହଯୋଗରେ ଛାତ୍ରଛାତ୍ରୀଙ୍କୁ ୧୦୦ ଦିନିଆ ପ୍ରଶିକ୍ଷଣ ଦିଆଯିବ । ଆର୍ଥିକ ସେବା, ଆକାଉଣ୍ଟ୍ ସହାୟକ, ସେଲ୍ ସହାୟକ, ବ୍ୟବସାୟ ପ୍ରତିନିଧି, ବୀମା ଏଜେଣ୍ଟ, ଡାଟା ଆନାଲିଷ୍ଟ, କ୍ରେଡିଟ୍ ପ୍ରୋସେସିଂ ଅଫିସର, ଲୋନ ଏଜେଣ୍ଟ ଏବଂ ଜିଏସଟି ସହାୟକ ଆଦି ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆମର ଯୁବକ ମାନଙ୍କୁ ପ୍ରଶିକ୍ଷିତ କରିବ । ଓଡ଼ିଶାରେ ମୋଟ ୬୦ଟି କଲେଜରେ ଏହି ପ୍ରଶିକ୍ଷଣ ଆରମ୍ଭ କରାଯିବାର ଯୋଜନା ଥିବା ବେଳେ ସମ୍ବଲପୁରରେ ପ୍ରାୟ ୧୭ଟି କଲେଜରେ ଏଭଳି ପ୍ରଶିକ୍ଷଣ ଆରମ୍ଭ ହେଉଛି । ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏହି ପ୍ରଶିକ୍ଷଣରେ ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଜଣ ନିଯୁକ୍ତି ପତ୍ର ପାଇଛନ୍ତି । ପ୍ରୋଜେକ୍ଟ ଓଡିସର୍ଭ ଆମର ଯୁବବର୍ଗଙ୍କୁ ସଶକ୍ତ କରିବ, ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ସହ ଆକାଂକ୍ଷା ପୂରଣ କରିବ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତର ଅଭିବୃଦ୍ଧି ହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ ୬ରୁ ୮ ପ୍ରତିଶତ ବୃଦ୍ଧି ହେଉଛି ।  ଏହି ସମୟରେ ନିଜ ଗୋଡରେ ଠିଆ ହେବା ତଥା ଆତ୍ମନିର୍ଭର ହେବା ସମୟର ଆହ୍ୱାନ । ଆଜିର ଅବସରରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଫାଇନାନ୍ସ ସେକ୍ଟରରେ ସୁଯୋଗ ଦେବା ପାଇଁ ଦେଶର ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ବଜାଜ୍ ଫିନସର୍ଭ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେଲା । ବଜାଜ କେବଳ ଔଦୋଗୀକ ସମୂହ ନୁହେଁ ସାମାଜିକ ଉତ୍ତର ଦାୟିତ୍ୱର ବିକଳ୍ପ ନାମ । ଏହି ଶିକ୍ଷାନୁଷ୍ଠାନର ପିଲାମାନେ ଏହି ପ୍ରଶିକ୍ଷଣ ନେବା ପରେ ସେମାନଙ୍କୁ ବଜାରରେ ନିଯୁକ୍ତି ପାଇଁ ପ୍ରସ୍ତୁତି କରାଇବା ଦରକାର । ଏହା ଆତ୍ମନିର୍ଭରତାର ପ୍ରଶିକ୍ଷଣ । ଏହି ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ । ସ୍କିଲ ଇଣ୍ଡିଆ ଡିଜିଟାଲ, ଅପାର ଆଇଡି ସହ ଯୋଡି ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବ୍ୟାଙ୍କିଙ୍ଗ, ଫାଇନାନ୍ସ ସହ ଇନ୍ସୁରାନ୍ସରେ ଅନେକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଟ୍ରେନିଂ ନେଇ ନିଯୁକ୍ତ ପାଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ସହ ସାମାନଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ୍ ଉପସ୍ଥିତ ଥିଲେ ।

DELHI COURT REMANDS
5m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ
JOB
13m ago
କୋଭିଡ୍ -19 ସମୟରେ ଏହି ସବୁ ସେକ୍ଟରରେ ସର୍ବାଧିକ ଛଟେଇ ହୋଇଥିଲା
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚାକିରି କ୍ଷେତ୍ରରେ ଅନକ ଖରାପ ପରିସ୍ଥିତ ଦେଖା ଯାଉଛି । ଯାହାକି କୋଭିଡ୍ -19 ପରଠାରୁ ଟୁରିଜିମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି
MO POLICE
39m ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରା