ସମ୍ବଲପୁରରୁ ‘ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
by Argus News
Tue, Feb 20 | 9:13 p.m.

ଅର୍ଗସ ବ୍ୟୁରୋ : ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ ଧନୀ ଓ ସମ୍ପନ୍ନ କରିବା ମୋଦିଜୀଙ୍କ ଗ୍ୟାରେଣ୍ଟି ହୋଇଛି ବୋଲି ମଙ୍ଗଳବାର ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାସ୍ତା କଡରେ ବିକୁଥିବା ଉଠା ଦୋକାନୀ ଓ ଗାଡି ବ୍ୟବସାୟୀଙ୍କ ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆଜି ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ନୂଆ ଉର୍ଜାର କିରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ସ୍ୱୟଂ ପିଲାବେଳେ ଜଣେ ରାସ୍ତାକଡର ବ୍ୟବସାୟୀଙ୍କ ପରି ଜୀବନ ଅତିବାହିତ କରିଥିବା କାରଣରୁ ସେମାନଙ୍କ ଦୁଃଖ ଓ କଷ୍ଟକୁ ଅନୁଭବ କରିଥିଲେ । ତାଙ୍କ ମାର୍ଗଦର୍ଶନରେ ଶୁଭାରମ୍ଭ ହୋଇଥିବା ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା  ଉଦ୍ଦେଶ୍ୟ ହେଉଛି ରାସ୍ତାକଡ଼ ଦୋକାନୀମାନଙ୍କୁ ଦକ୍ଷ କରି ସେମାନଙ୍କ ଜୀବନ ଓ ବ୍ୟବସାୟକୁ ସହଜ କରିବା । 

ଏହି ଯୋଜନା ଅଧୀନରେ ଭାରତ ସରକାର ଷ୍ଟ୍ରିଟ୍ ଭେଣ୍ଡର ଏବଂ କ୍ଷୁଦ୍ର ଦୋକାନୀମାନଙ୍କୁ ଦକ୍ଷ କରିବା ପାଇଁ ଫ୍ଲିପକାର୍ଟ ସହ ବୁଝାମଣା କରିଛନ୍ତି । ଦେଶର ସମ୍ବଲପୁର ସମେତ ୧୦ଟି ବଡ଼ ସହରକୁ ବ୍ୟବସାୟରେ ନୂତନ ଜ୍ଞାନକୌଶଳର ବ୍ୟବହାର ପାଇଁ ରାସ୍ତାକଡ଼ ବିକାଳୀ ମାନଙ୍କୁ ପ୍ରଶିକ୍ଷଣ ଓ ଷ୍ଟାଇପେଣ୍ଡ୍ ରାଶି ପ୍ରଦାନ କରାଯିବ । ସବକା ସାଥ୍ ଓ ସବକା ବିଶ୍ୱାସ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି ରାସ୍ତାକଡ଼ ବିକାଳୀଙ୍କ ପାଇଁ ଯାହା କରିଛନ୍ତି  ତାହା କୌଣସି ସରକାର ଦଶନ୍ଧି ଦଶନ୍ଧି ଧରି କରିନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ସହାୟତାରେ ଦେଶରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରେ ଲଭାନ୍ଵିତ ହୋଇଥିବା ଉଠାଦୋକାନୀ ଭାଇ ଭଉଣୀ ମାନଙ୍କ ସହ ଉଦ୍ୟମିତା ବିକାଶ  ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ୭ଟି ରାଜ୍ୟର ବିଭିନ୍ନ ସହରରେ ଆରମ୍ଭ କରାଯାଉଛି, ଯେଉଁଥିରେ ଓଡ଼ିଶାର ସମ୍ବଲପୁର ମଧ୍ୟ ସାମିଲ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ଆସାମରେ ଦିବ୍ରୁଗଡ, ଗୌହାଟି ଏବଂ କାଚାର, ମେଘାଳୟରେ ଶିଲଙ୍ଗ, ଉତ୍ତରପ୍ରଦେଶର କାନପୁର, ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି । ସମୟାନୁକ୍ରମେ ଏହି ପ୍ରକଳ୍ପକୁ ଦେଶର ଅନ୍ୟ ସହରକୁ ମଧ୍ୟ ସାମିଲ କରାଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ପ୍ରକଳ୍ପକୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଦୁଇଟି ଅଗ୍ରଣୀ ଅନୁଷ୍ଠାନ, ଯଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନସିପ୍ ଆଣ୍ଡ ସ୍ମଲ ବିଜନେସ୍ ଡେଭଲପମେଣ୍ଟ (NIESBUD), ନୋଏଡା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନରସିପ୍ (IIE), ଗୌହାଟି ଦ୍ୱାରା ପରିଚାଳିତ କରାଯାଉଛି। ଏହି ସଂସ୍ଥା ଗୁଡିକୁ ଚୟନ ହୋଇଥିବା ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ୨୨ ସପ୍ତାହ ପାଇଁ ପ୍ରଶିକ୍ଷଣ ଦେବେ ଯାହାଦ୍ଵାରା ସେମାନେ ନିଜେ ନିଜର ବ୍ୟବସାୟକୁ ଆହୁରି ଦୃଢ ଓ ପ୍ରଭାବୀ ରୂପେ ଚଲାଇ ପାରିବେ ।

ପେଟ୍ରୋଲ ଢାଳି
4m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ