ଗାଁ ସୃଷ୍ଟି କରୁଛି ଭୂତକୋଠୀର ଭ୍ରମ
by Argus News
Tue, Oct 08 | 6:48 p.m.

କୋରାପୁଟ:  ଭଙ୍ଗା ଦଦରା ଝାଟିମାଟିର କୁ଼ଡିଆ ଘର । ଘରର ଅବସ୍ଥା ଏମିତିଯେ କେତେବେଳେ ଭୂସୁଡି ପଡିବ କହି ହେବନି। ଘରର କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ଚାଳଛପର ଉଡି ଯାଇଛି । ବର୍ଷା ହେଲେ ଚାଳରୁ ଗଳୁଛି ପାଣି । କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ଆବାସ ପ୍ରତିଶ୍ରୁତି ନାଁରେ ପ୍ରତାରଣାର ଥାର୍ଡ ଡିଗ୍ରୀ। 

 ଏ ହେଉଛି କୋରାପୁଟ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସାଡାମ ପଂଚାୟତ ଅଧିନସ୍ଥ ମୁତାମଗୁଡା ଗାଁ। ଗାଁ ତ ନୁହେଁ ସତେ ଯେମିତି ପରିତ୍ୟକ୍ତ ଅଞ୍ଚଳଟିଏ। ମାଟି ଓ ପଥର ନିର୍ମିତ କାନ୍ଥ ଉପରେ ଟାଇଲ ଏବଂ ଭଙ୍ଗା ଆଜବେଷ୍ଟ ରଖି ରହୁଛନ୍ତି ଗ୍ରାମବାସୀ। ଯେଉଁ ଘରେ ରହୁଛନ୍ତି ସରୀସୃପର ଭୟ ମଧ୍ୟ ବହୁ ପରିମାଣରେ ରହିଛି l ଘରେ ଶୋଇବା ଦୂର କଥା ବସିବା ପାଇଁ ଜାଗା ଖଣ୍ଡିକ ନାହିଁ l ପାହାଡ଼ ପର୍ବତ ଘେରା ଏହି ଗାଁରେ କେବେ ବି ସରକାରୀ ବାବୁଙ୍କ ପାଦ ପଡିନି l  

ବାରମ୍ବାର ଆବାସ ଗୃହ ପାଇଁ ଆବେଦନ କଲେ ସୁଦ୍ଧା କେହି ଦୁଃଖ ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l  ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ଆଜିବି ବହୁ ହିତାଧିକାରୀଙ୍କ ପାଖରେ ଯୋଜନା ଅପହଞ୍ଚ।  ଏହାର ଉଦାହରଣ ମୁତାମଗୁଡା। 25 ପରିବାର ରହୁଥିବା ଏହି ଗାଁରେ ଘର ନଥିବାରୁ ଲୋକେ ପରିତ୍ୟକ୍ତ ଘରେ ରହୁଛନ୍ତି। ଯୋଜନା ଉପରେ ଯୋଜନା କରୁଥିଲା ତତକାଳୀନ ବିଜେଡି ସରକାର, କିନ୍ତୁ ଅଧାବାଟରେ ବାଟବଣା ହେଉଥିଲା ଯୋଜନା l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍