ଡିବିରି ଆଲୁଅରେ ଚାଲିଛି ଜୀବନ
by Argus News
Thu, Apr 11 | 9:37 p.m.

 ଅନୁଗୁଳ: ରାଜ୍ୟକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାର ଗାଁ  ୧୫ ବର୍ଷ ହେଲାଣି ଅନ୍ଧାରରେ।  ରାତି ହେଲେ ଜଙ୍ଗଲି ଯନ୍ତୁ ଆସି ପଶନ୍ତି ଘରେ।  ଡିବିରି ଆଲୁଅ ଏବଂ ଲଣ୍ଠନରେ ଚାଲିଛି ଜୀବନ। ଏଭଳି ଗାଁ ହେଉଛି ରାଜ୍ୟର ଶିଳ୍ପ ରାଜଧାନୀ କୁହାଯାଉଥିବା ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଗାଁର..     ନୂଆଁଣିଆ ଘର ଆଉ ଘର ଭିତରେ କିଟିକିଟି ଅନ୍ଧାର।  ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ପରାଧୀନ ଭଳି ଜୀବନ ଜାପନ କରୁଛନ୍ତି ଗାଁ ର ୩୦ରୁ ଅଧିକ ପରିବାର।   ଗାଁରେ ବିଦ୍ୟୁତ ସଂଯୋଗ ନଥିବାରୁ ଏବେବି ସଞ୍ଜ ନଇଁବା କ୍ଷଣି ଗାଁରେ ଜଳେ ଡିବିରି ଆଉ ଲଣ୍ଠନ ।  ଗାଁ ରେ ଅନେକଙ୍କ ଘରେ ତାର ସଂଯୋଗ ସହିତ ମିଟର ମଧ୍ୟ ବସିଛି । ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର ମଧ୍ୟ ବସିଛି ହେଲେ ସେଥିରେ ବୁଦ୍ୟୁତ ସଂଯୋଗ ହୋଇ ନାହିଁ ।  ଫଳରେ ଅନ୍ଧାର ହେଲେ ଲୋକେ ଡିବିରି ଆଲୁଅକୁ ଭରସା କରୁଥିବା ବେଳେ ପିଲାଙ୍କ ପାଠପଢାକୁ ମଧ୍ୟ ଏହି ଡିବିରି ଆଲୁଅ ଭରସା।   । ଜଙ୍ଗଲ ଭିତରେ ଥିବା ଏହିଗାଁକୁ ସବୁବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ । ଏହି ଭୟ ଅନ୍ଧାରକୁ ଆହୁରି ଦୁଇଗୁଣା କରୁଛି। 

ତେବେ ଏଠାକୁ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା।  'ସୌଭାଗ୍ୟ' ଯୋଜନାରେ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତି ବିଦ୍ୟୁତ୍ ଯୋଗାଣ ହୋଇଥିଲା । କିନ୍ତୁ ଖୋଲା ତାରରେ ବନ୍ୟଜନ୍ତୁଙ୍କ ଶିକାର ଆଶଙ୍କା କରି ଏଥି୍ରେ ପ୍ରତିବନ୍ଧକ ଲଗାଇଥିଲା ବନବିଭାଗ। ଫଳରେ ବିଦ୍ୟୁତ୍ ବିଭାଗ ସଂଯୋଗ କାଟି ଦେଇଥିବା ଜଣାପଡ଼ିଛି। ସେପଟେ ସ୍ଥାନୀୟ ବିଧାୟକ ଗାଁ କୁ ଯାଇ ଦୁଇ ମାସ ମଧ୍ୟରେ ବିଜୁଳି ଆସିଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ଏବେ ତାହା ପ୍ରତାରଣା ରେ ପରିଣତ ହୋଇଛି ।   ଏପଟେ ଗାଁ ଲୋକ  ଅଭିଯୋଗ କରିଛନ୍ତି  ବନବିଭାଗର କ୍ଲିଅରାନ୍ସ ନଥିବାରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ  ।   ବିଜୁଳି ଆଲୁଅ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ବି କେହି ଶୁଣୁ ନଥି ବା ଗାଁ ଲୋକେ କହିଛନ୍ତି।   ରାଜ୍ୟକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାର ଗାଁ ଏବେବି ଅନ୍ଧାରରେ ଥିବା କହିଦେଉଛି ରାଜ୍ୟ କେତେ ବିକାଶ ଦିଗରେ ଆଗକୁ ଯାଉଛି । ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ ଆଜି ଏହି ଗୋଟିଏ ଗାଁ ନୁହେଁ ଅନେକ ଗାଁ ଏବେବି ଅନ୍ଧାରରେ ରହିଛି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ