ବିପଦରେ ଗାଁ, ଅରଖକୁଦା ସଂଘର୍ଷ ଶେଷ କେବେ?
by Argus News
Mon, Sep 30 | 6:36 p.m.

ଅର୍ଗସ ବ୍ୟୁରୋ:ଯେଉଁଆଡେ ଚାହିଁଲେ ପାଣି ହିଁ ପାଣି । ପୁରା ଗାଁରେ ଜଳ ପ୍ରଳୟ । ବନ୍ୟାର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ଆଜି କାଲିର ନୁହେଁ, ଇଏ ବର୍ଷ ବର୍ଷର ସମସ୍ୟା । ଦୁର୍ଦ୍ଦଶା ଭୋଗୁଛନ୍ତି ୫୦ପରିବାର । ପ୍ରତି ମାସରେ ଦୁଇ ଥର ଗାଁ ଭିତରକୁ  ମାଡ଼ି ଆସୁଛି ସମୁଦ୍ର ଆଉ ଚିଲିକା । ଆଉ ଆଖି ପିଛୁଳାକେ ପାଣିରେ ବୁଡି ଯାଉଛି ଗାଁ । ଦୀର୍ଘ ଦିନ ଧରି ଏମିତି ଜଳବନ୍ଦୀ ଜୀବନ ବିତାଇବାକୁ ପଡୁଛି । ଇଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁର । ଗାଁ ଦାଣ୍ଡ ହେଉ କି ଘର ଭିତର ଓ ବାହାର ସବୁଠି ଉଚ୍ଛୁଳା ପାଣିର ସୁଅ । ଫନି ବାତ୍ୟାରେ ସମୁଦ୍ରରେ ଚିଲିକାକୁ ଖୋଲିଛି ଅନେକ ନୂଆ ମୁହାଣ । ଯେଉଁ ମୁହାଣ ଦାରା ଚିଲିକା ଭିତରକୁ ପଶି ଆସୁଛି ସମୁଦ୍ର ପାଣି । ଆଉ ଚିଲିକା କୂଳରେ ଥିବା ଅରଖକୁଦା ଗାଁକୁ ବୁଡାଇ ଦେଉଛି । ଘେରିବନ୍ଧ ଦୁର୍ବଳ ସହ ମୁକୁଳା ଥିବାରୁ ଏଭଳି ସମସ୍ୟା ଉପୁଜୁଛି । ସେଥିପାଇଁ ଘେରିବନ୍ଧ ମରାମତି ସହ କର୍ଲଭଟ୍ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଥକିଗଲେଣି ।  ପ୍ରତି ମୂହୂର୍ତ୍ତରେ ଭୟରେ ଜୀବନ କାଟୁଛନ୍ତି ଅରଖକୁଦାବାସୀ । ଦୀର୍ଘ ବର୍ଷ ହେଲା ବିଜେଡି ସରକାର ଅମଳରୁ ଗୁହାରି କରି ଆସୁଛନ୍ତି । ହେଲେ କୌଣସି ସମାଧାନ ହେଲାନି । ବିଜେପି ସରକାର ଶୁଣିବ ଦୁଃଖ ବୋଲି ଆଶାବାନ୍ଧି ବସିଛନ୍ତି ଅଞ୍ଚଳବାସୀ

ସଞ୍ଜୟ ନାୟକ
22m ago
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବ
ସୁପ୍ରିମକୋର୍ଟ
49m ago
ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦି
ହିଂସାକାଣ୍ଡ ଘଟଣା
54m ago
ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ ୪୮ ଘଣ୍ଟା ବୃଦ୍ଧି
ଅର୍ଗସ ବ୍ୟୁରୋ : ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତା 2 ତାରିଖ ସକା