ଦୁର୍ଗମରେ ଅଭିଶପ୍ତ ଜୀବନ, ଘନ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ
by Argus News
Wed, Feb 28 | 5:57 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅଭିଶପ୍ତ ଜୀବନ, ଘନ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ...ଏ ହେଉଛି ରାୟଗଡା ପିପିଲଗୁଡା ପଞ୍ଚାୟତର ତୋଳକଣା । ଗାଁରେ ରୁପହଞ୍ଚି ୧୫ ପରିବାର । ମାତ୍ର ଆଜିଯାଏଁ ହୋଇନାହିଁ ବିଦ୍ୟୁତ ସଂଯୋଗ। ଫଳରେ ଏବେବି ଲଣ୍ଠନ ଡିବିରି ଭରସାରେ ରାତି କାଟୁଛନ୍ତି ଅଞ୍ଚଳବାସୀ। ଏହି ଗ୍ରାମରେ 15 ରରୁ ଉର୍ଦ୍ଧ୍ବ ପରିବାର ସହିତ ୭୫ ଲୋକ ବସବାସ କରିଥାନ୍ତି। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୭ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ। ମାତ୍ର ଦୁଃଖର ବିସୟ ଆଜି ପର୍ଯନ୍ତ ଅଞ୍ଚଳବାସୀଙ୍କ ନିକଟରେ ଆବାସ, ପାନୀୟଜଳ ବିଦ୍ୟୁତ ଭଳି ମୌଳିକ ସୁବିଧା ଅପହଞ୍ଚ।

ଖାଲି ଏହି ଗାଁ କାହିଁକି ରାୟଗଡ଼ା ଜିଲ୍ଲାର ମୋଟ ୧୦୯ ଗାଁକୁ ଆଜିବି ବିଜୁଳି ଆଲୁଅ ସଂଯୋଗ ହୋଇନାହିଁ ।ରାୟଗଡା ଜିଲ୍ଲାର ଏପରି ଅନେକ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଆଜିବି ବିଜୁଳି ଆଲୁଆ ସଂଯୋଗୀକରଣ କରାଯାଇନାହିଁ । ଫଳରେ ଗ୍ରାମବାସୀମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବିଜେଡି
12m ago
ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି
ସମ୍ବଲପୁର: ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍‌ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛ
HANUMAN
24m ago
ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସ
2 CRORE FRAUD
29m ago
୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟା