ପାନିୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ
by Argus News
Thu, Apr 04 | 6:26 p.m.

ଅର୍ଗସ ବ୍ୟୁରୋ: ସରକାର ବିକାଶର ନାରା ପିଟୁଥିବା ବେଳେ ଜୟପୁର ବଡିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ପ୍ରକୃତ ଚିତ୍ର । ଗାଁରେ  95 ରୁ ଅଧିକା ପରିବାର ବସ ବାସ କରୁଥିବା ବେଳେ ଆଜିବି ଅନେକ ମୌଳିକ ସୁବିଧାରବଞ୍ଚିତ ରହିଛନ୍ତି। ଦୀର୍ଘଦିନ ହେବ ପାନୀୟ ଜଳର ସମସ୍ୟା ସହ ସଂଗ୍ରାମ କରୁଛନ୍ତି ଅଞ୍ଚଳବାସୀ । ସ୍ଥାନୀୟ ପ୍ରଶାସନ ତରଫରୁ 3 ଟି ବୋରବେଲର ବ୍ୟବସ୍ଥା କରା ଯାଇଥିଲେ ସୁଦ୍ଧା ସେଥିରୁ ଦୁଇଟି ବ୍ୟବହାର ଯୋଗ୍ୟ ନୁହେ। ଫଲରେ ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗ୍ରାମବାସୀ ।

25 ବର୍ଷ ଧରି ସରକାର କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିଛନ୍ତି ।  ଆଜି ଯାଏଁ ଗାଁ କୁ ନା ଅଛି ଭଲ ରାସ୍ତା, ନା ହୋଇଛି ପିଇବା ପାଣି ଯୋଗାଣ।  ନିର୍ବାଚନ ପୂର୍ବରୁ ଏହି ସବୁ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

EMPLOYEES
48m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ