ପାନୀୟ ଜଳ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
by Argus News
Wed, May 08 | 12:17 p.m.

ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦିପାଲି  ଗାଁରେ ପାନୀୟ ଜଳ ସମସ୍ୟା ଥିବା ବେଳେ ପ୍ରଶାସନ ନା ରାଜନେତା କର୍ଣ୍ଣପାତ କରିନଥିବା ଅଭିଯୋଗରେ ଆଜି ଶତାଧିକ ମହିଳା ଓ ପୁରୁଷ ଉକ୍ତ ଗ୍ରାମରୁ ପଦ୍ମପୁର ସଂଯୋଗ କରୁଥିବା ରାସ୍ତାକୁ ବାଲ୍ଟି ରଖି ରାସ୍ତା ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି।

ସେପଟେ ଆଜି ବିଜେପୁର ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏପଟେ ଲୋକଙ୍କ ପାନୀୟ ଜଳ କଷ୍ଟ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ପଡୁଛି ।  ତୁରନ୍ତ ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ଉକ୍ତ ସ୍ଥାନରେ ବିଜେପୁର ବିଧାୟକ ପ୍ରାର୍ଥୀ ସନତ କୁମାର ଗର୍ତିଆ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିବା ବେଳେ ସ୍ଥାନୀୟ ବିଡିଓ ସରୋଜ ବିଶ୍ଵାଳ ମଧ୍ୟ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍