ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା
by Argus News
Tue, Dec 17 | 9:27 a.m.

 ଅର୍ଗସ ବ୍ୟୁରୋ: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ । ରାଜଧାନୀ ଭୁବନେଶ୍ବରଠୁ ମୟୂରଭଞ୍ଜ, କନ୍ଧମାଳ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଆଜିପାଇଁ 4 ଜିଲ୍ଲା ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ କୋଲ୍ଡ ୱେଭ ଆଲର୍ଟ କରାଯାଇଛି । ସାରା ରାଜ୍ୟରେ ଦୁଇ ଦିନ ଯାଏଁ ଘନକୁହୁଡି ଚେତାବନୀ ଦିଆଯାଇଛି । କନ୍ଧମାଳରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଯାଡରେ ଅସହ୍ୟ ହେଉଛି ଜନଜୀବନ। ଦୁଇରୁ ତିନିଦିନ ହେଲା କ୍ରମାଗତ ଭାବେ ଖସୁଛ ପାରଦ। ଗତକାଲି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 7.05 ଡିଗ୍ରୀ ଓ ଜି ଉଦୟଗିରିରେ 4.8 ଡିଗ୍ରୀ ତାପମାତ୍ରା ରହିଥିଲା । ଦାରିଙ୍ଗିବାଡ଼ିର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ସନ୍ଧ୍ୟା 8ଟାରୁ ତାପମାତ୍ରା ହ୍ରାସ ପାଉଥିବା ବେଳେ ଦିନଟା 9 ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ରହୁଛି। 

ମୟୁରଭଞ୍ଜରେ ମଧ୍ୟ ସମାନ ସ୍ଥିତି । ପ୍ରବଳ ଯାଡରେ ଥରୁଛି ମୟୁରଭଞ୍ଜ। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ଉପର ବାରାକାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀକୁ ଖସିଛି ପାରଦ । ଶିମିଳିପାଳ ଓ ପାଦ ଦେଶରେ ହାଡ଼ଭଙ୍ଗା ଶୀତ ଯୋଗୁଁ  ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।

ବୋତଲରେ ମଦ
18m ago
ଖୁଣ୍ଟାରେ ଯାତ୍ରୀବାହି ବସର ଚାଲାଣ ହେଉଥିଲା ମଦ
ମୟୂରଭଞ୍ଜ: କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ । ଯାତ୍ରୀବାହି ବସରେ ମଦ ଚାଲାଣ ବେଳେ ପୋଲିସ୍ ହାବୁଡରେ ପଡିଲା ମଦ ବେପାରୀ । ଏହାପରେ ଖୋଲିଛି ପୁରା ମଦ ବେପାରର କଳା କାରନାମା । ବିଳମ୍ବି
ଭିସା
55m ago
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ
ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବି
NCERT
ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଥିବା ବ୍ୟାପକ ପରିବର୍ତ୍ତନର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିତ୍ତିଭୂମି, ଶିକ୍ଷାଦାନ, ଶିକ୍ଷା ପାଇ
AI
ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବ AI
ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲ
DIVIDER
ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୭ ଗୁରୁତର
ଅର୍ଗସ ବ୍ୟୁରୋ: ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍ । 7 ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସୁଶବ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼