କେଉଁ ଭାଷାରୁ ଆସିଛି ଚା' ଶବ୍ଦ ଜାଣନ୍ତି କି ?
by Argus News
Mon, Apr 15 | 3:33 p.m.

ଅର୍ଗସ ବ୍ୟୁରୋ:  ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ।  ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ଅଟେ। ତେବେ ଆପଣ ଜାଣିଛନ୍ତି କି, ଚା' ଚା' ଶବ୍ଦ କେଉଁ ଭାଷାର ? ହିନ୍ଦୀରେ ଏହାକୁ କଣ କୁହାଯାଏ ? ଯେଉଁମାନଙ୍କର ଚା' ପ୍ରିୟ ସେମାନଙ୍କୁ ମଧ୍ୟ ଏହା ବିଷୟରେ ଜଣାନଥିବ। ଭାରତରେ ଚା ' ଶବ୍ଦର ଶ୍ରେୟ  ଇଂରେଜମାନେ ଦିଆଯାଏ । କିନ୍ତୁ ଭାରତରେ ଏହା ଏପରି ଭାବରେ ଲୋକଙ୍କ ସହ ଜଡିତ ହୋଇଯାଇଛି ଯେ, ଏହାକୁ କେହି ଅଲଗା କରିପାରିବେ ନାହିଁ।

ସକାଳୁ ସକାଳୁ ବିନା ଚା`ରେ କିଛି ଲୋକଙ୍କର ନିଦ ବି ଭାଙ୍ଗିନଥାଏ। ଗୋଟିଏ ପାନ ଚା’ର ସତେଜତା ସହିତ ପ୍ରତିଦ୍ୱନ୍ଦ୍ୱିତା ଅନ୍ୟ କୌଣସି ପାନୀୟ କରିପାରିବ ନାହିଁ।
ଅନେକ ଲୋକଙ୍କୁ ଲାଗେ କି ଚା' ର ଆବିଷ୍କାର ଭାରତରେ ହୋଇଛି। କିନ୍ତୁ ଏହା ଏପରି ହୋଇନାହିଁ। ଚା' ଏବଂ ଟି ଦୁଇଟି ଅଲଗା ଶବ୍ଦ। ଏହି ଦୁଇଟି ଶବ୍ଦ ଗୋଟିଏ ଭାଷାରୁ ଆସିଛି। ପ୍ରକୃତରେ ଚା' ହେଉଛି ଚୀନରେ କହୁଥିବା ମଣ୍ଡେରିୟାନ ଭାଷାର ଶବ୍ଦ ଅଟେ। ଏହାକୁ ଚୀନରେ ଚା' କୁହନ୍ତି। ଏହା ପରଠାରୁ ବିଭିନ୍ନ ସ୍ଥାନରେ ଏହାକୁ ଚା' ହିଁ କୁହନ୍ତି। ମଜାକଥା ହେଉଛି କି ଇଂରେଜମାନଙ୍କର ଟି ଶବ୍ଦ ମଧ୍ୟ ଚୀନରୁ ହିଁ ଆସିଛି।  ତେବେ ହିନ୍ଦୀରେ ଏହାକୁ କଣ କୁହନ୍ତି। ଚା'କୁ ହିନ୍ଦୀରେ‘ କ୍ଷୀର ଏବଂ ଚିନି ସହିତ ମିଶ୍ରିତ ପାଣି ଧାରଣ କରିଥିବା ପାହାଡିଆ ବୁଟି ବୋଲି ’କୁହାଯାଏ । ଇଂରାଜୀ ଶବ୍ଦ ‘Tea’ ମଧ୍ୟ ଚାଇନାରୁ ଉତ୍ପନ୍ନ ହୋଇଛି। ବାସ୍ତବରେ, ଚାଇନାର ଏକ ଅଞ୍ଚଳରେ ମିନ ନାନ ଭାଷା କୁହାଯାଏ, ଯେଉଁଠାରେ ଏହାକୁ ’te’ କୁହାଯାଏ। ବ୍ୟବସାୟ ପାଇଁ ଏଠାକୁ ଆସୁଥିବା ଲୋକମାନେ ଏହାକୁ T ବୋଲି କହିବା ଆରମ୍ଭ କଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ