ସାମାନ୍ୟ କଥାକୁ ନେଇ ତିନିଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
by Argus News
Wed, Nov 29 | 3:56 p.m.

ଅର୍ଗସ ବ୍ୟୁରୋ : ପୁରୀ ଜିଲ୍ଲା ବାସେଳୀ ସାହି ଥାନା ମଙ୍ଗଳା ଘାଟରୁ ତିନି ଜଣଙ୍କୁ ଟେକି ନେଇ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଆହତ ତିନି ଜଣ ଚନ୍ଦନପୁରର ସାଗର ବେହେରା, ପ୍ରକାଶ ସାହୁ ଓ ଅଭିନାଶ ସାହୁ । ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀ ମଙ୍ଗଳାଘାଟ ସ୍ଥିତ ଏକ ହୋଟେଲରେ ଖାଉଥିଲେ ପ୍ରକାଶ । ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରକାଶଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ବିରୋଧ କରିବାରୁ ଯୁବକ ଓ ତାହା ସହଯୋଗୀ ମାନେ ପ୍ରକାଶ ସହ ଝଗଡା କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ସମୟ ପରେ ଅଭିନାଶ ଓ ସାଗର ହୋଟେଲରେ ପହଞ୍ଚିଥିଲେ । ତିନି ଜଣ ବାଟରେ ଚାଲିଚାଲି ଆସୁଥିବାବେଳେ ଝଗଡା କରିଥିବା ଯୁବକମାନଙ୍କ ସହ ଭେଟ ହୋଇଥିଲା । ପୂର୍ବ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରି ତିନି ଜଣ ଆକ୍ରମଣର ଶିକାର ହୋଇଥିଲେ । ଯୁବକମାନେ ତିନି ଜଣଙ୍କୁ ନିକଟସ୍ଥ ଆପାର୍ଟମେଣ୍ଟକୁ ଉଠାଇ ନେଇ ଅଟକ ରଖିବା ସହ ମାରପିଟ କରିଥିଲେ । ଯାହା ଫଳରେ ତିନି ଜଣ ଯୁବକ ଆହତ ହୋଇଥିଲେ । ବାସେଳୀସାହି ଥାନା ଖବର ପାଇ ତିନି ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି