ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ
by Argus News
Tue, Nov 26 | 7:09 p.m.

ଅର୍ଗସ ବ୍ୟୁରୋ:  ସମ୍ବିଧାନ ଦିବସରେ ବିଧାନସଭାରେ ବିଜେଡ଼ି ଉଠାଇଲା ସମ୍ବିଧାନ ପ୍ରସଙ୍ଗ । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହାଲ୍ଲା । ବିଧାନସଭାରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନଥିବାରୁ ବିରୋଧ କରିଛି ବିଜେଡ଼ି । ପ୍ରଥମେ ପ୍ରଶ୍ନକାଳ ବେଳେ ଏବଂ ତାପରେ ଶୂନ୍ୟକାଳରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରସଙ୍ଗ ଉଠାଇଥିଲେ..  ସ୍ବର ମିିଶାଇ ଥିଲା କଂଗ୍ରେସ..ବିରୋଧୀଙ୍କ   ହୋହାଲ୍ଲା ଯୋଗୁ ଚାଲି ପାରି ନଥିଲା ବିଧାନସଭା.. ପ୍ରଥମେ 12ଟା 25 ଯାଏଁ ଏବଂ ତାପରେ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ଫଳରେ  ସଂପୂର୍ଣ୍ଣ ଧୋଇଯାଇଥିଲା ପ୍ରଶ୍ନକାଳ ।

ବିରୋଧୀଙ୍କ ଅଭିଯୋଗ ଉପରେ କଡା ଜବାବ ରଖିଛି ବିଜେପି । ପବିତ୍ର ସମ୍ବିଧାନ ଦିବସରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ବିଜେଡି ଓ କଂଗ୍ରେସ ଉଦ୍ୟମ କରିଛନ୍ତି ବୋଲି କହିଛି ବିଜେପି । ବିଧାୟକ ଇରଶିଷ ଆଚାର୍ଯ୍ୟ କହିଛନ୍ତି, ଏଠି ମୂଳ ସମ୍ବିଧାନର ଆତ୍ମାକୁ ସମ୍ମାନ ଦିଆଯାଇଛି ।  ଇରାଶିଷ କହିଛନ୍ତି-1976ରେ ସଂଶୋଧନକୁ ଆମେ ମନା କରୁନୁ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୋଧେ ଭୁଲି ଯାଇଥିଲେ ଯେ ଗତ ସରକାର ସମୟରେ ହିଁ ଏହି ବହିକୁ ବିଧାନସଭାରେ ସ୍ଥାପନ କରାଯାଇଥିଲା । ଯେଉଁମାନେ ଆଜି ପ୍ରତିବାଦ କରିଥିଲେ, ସେମାନେ ଦିନେ emergency ଲଗେଇଥିଲେ ।  ବୋଧେ ମନ୍ତ୍ରୀ ଥିବା ସମୟରେ ତାମିଲ ଅଫିସରଙ୍କ ଭୟରେ ଏକଥା ଉଠାଇନଥିଲେ  ବୋଲି କହି ପାଲଟା ଆକ୍ରମଣ କରିଛି ବିଜେପି।

ସେପଟେ କନ୍ଧମାଳରେ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ଘଟଣାକୁ ଅନାହାର ମୃତ୍ୟୁ ବୋଲି କହି ଗୃହରେ ହଟ୍ଟଗୋଳ କରିଥିଲା କଂଗ୍ରେସ । ମୋହନ ସରକାରଙ୍କ ଇସ୍ତଫା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲା କଂଗ୍ରେସ । ଯାହାର ଜବାବ ରଖିଛି ବିଜେପି । ଏଠି ପ୍ରଶ୍ନ, କୌଣସି ପ୍ରସଙ୍ଗ ନପାଇ ସରକାରରେ ଥିବା ବେଳେ ନିଜେ କରିଥିବା ଭୁଲର ଦୋଷ ବିଜେପି ମୁଣ୍ଡରେ ଲଦି ପଲିଟିକାଲ ମାଇଲେଜ ନେବା ପାଇଁ ଉଦ୍ୟମ କରୁଛି କି ବିଜେଡ଼ି ?

PM MODI
31m ago
୨୯ ତାରିଖ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ । ଅପରାହ୍ନ ୪.୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ
ଆମ ସମ୍ବିଧାନ
53m ago
75 ଟଙ୍କିଆ ମୁଦ୍ରା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ଭାରତ ଶାସନ ସଂହିତା ଭାବେ ସର୍ବମାନ୍ୟ ସମ୍ବିଧାନକୁ ସମ୍ମାନ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣର 75 ତମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳି
SUBHADRA
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମାର୍ଚ୍ଚ 7ରେ ମିଳିବ ପ୍ରଥ
SUJATA
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ
ଅର୍ଗସ ବ୍ୟୁରୋ: ସୁଜାତା କାର୍ତ୍ତିକେୟନଙ୍କୁ ମିଳିଲାନି ଛୁଟି । ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ । ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର
GOVERNMENT
ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ନୂଆ ସର୍ଭେ କରିବେ ସରକାର
ଅର୍ଗସ ବ୍ୟୁରୋ: ବିଧାନସଭା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆବାସ ଯୋଜନାରୁ ଅଯୋଗ୍ୟଙ୍କୁ ଦିଆଯିବ ବାଦ । ସେଥିପାଇଁ ପୁଣି ଥରେ ନୂଆ ସର୍ଭେ କରିବାକୁ ଯାଉଛନ୍ତି ରାଜ୍