ଅର୍ଗସ ବ୍ୟୁରୋ: ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ । ଅପରାହ୍ନ ୪.୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ମଧ୍ୟ ହେବ । ଏହାପରେ ଏୟାରପୋର୍ଟ ରୁ ଗଭର୍ଣ୍ଣର ହାଉସ ଯାଏଁ ରୋଡ଼ ସୋ ରେ ଯୋଗ ଦେବେ ।
ପରେ ପାର୍ଟି ଅଫିସ ଆସିବେ । ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ । ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।